ଝରିଗାଁରେ ଜିଲ୍ଲାସ୍ତରୀୟ ଅକ୍ଷୟ ତୃତୀୟା ଉତ୍ସବ

ଝରିଗାଁ,ଏନ୍‌ଏନ୍‌ଏସ୍‌: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ କୋଦଭଟ୍ଟା ଗ୍ରାମରେ କୃଷି ବିଭାଗ ତରଫରୁ ଜିଲ୍ଲାସ୍ତରୀୟ ଅକ୍ଷୟତୃତୀୟା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ନବରଙ୍ଗପୁର ଜିଲ୍ଲାପାଳ ଡ଼ା କମଳ ଲୋଚନ ମିଶ୍ର ଏବଂ ରାଜ୍ୟ ଉଠାଜଳ ସେଚନ ନିଗମ ଉପଦେଷ୍ଟା ପ୍ରମୋଦ କୁମାର ପାଢ଼ୀ ଭୂମି ପୂଜା କରିବା ସହ ହାତରେ ଲଙ୍ଗଳ ଧରି ଚାଷ କରି ଅକ୍ଷୀମୁଠି ଅନୁକୂଳ କରିଛନ୍ତି । ଏହି ଅବସରରେ ଜିଲ୍ଲାପାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ କୃଷକ ଦିବସ ସଭାରେ ମୁଖ୍ୟଅତିଥି ଭାବେ ରାଜ୍ୟ ଉଠାଜଳ ସେଚନ ନିଗମ ଉପଦେଷ୍ଟାଙ୍କ ସହ ସମ୍ମାନୀତ ଅତିଥିଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଲିପିକା ବାରୋଇ, ସାଂସଦ ପ୍ରତିନିଧି ପ୍ରିୟ ରଞ୍ଜନ ଦାସ,ବରିଷ୍ଠ କୃଷକ ନେତା ଅଶୋକ କୁମାର ମୂର୍ତ୍ତି, ବିଧାୟକ ପ୍ରତିନିଧି ରାମଧର ମାଝୀ, ବ୍ଲକର ସମସ୍ତ ସରପଞ୍ଚ, ସମିତି ସଭ୍ୟ ଓ ସରକାରୀ କର୍ମଚାରୀ ଉପସ୍ଥିତ ରହିଥିଲେ । ନବରଙ୍ଗପୁର ଜିଲ୍ଲାପାଳ ଜିଲ୍ଲାର ସମସ୍ତ କୃଷକଙ୍କୁ ଶୁଭେଚ୍ଛା ଜଣାଇ ଜିଲ୍ଲାରେ କିପରି ଆଧୁନିକ ପ୍ରଣାଳୀରେ ଚାଷ କରି ଅଧିକ ଲାଭବାନ ହେବେ ସେନେଇ ମତପ୍ରକାଶ କରିଥିଲେ ।