ବହୁମୁଖୀ ଆଦିବାସୀ ଉନ୍ନୟନ ପରିଷଦ ନିର୍ଦ୍ଦେଶକ ପଦବୀ ପାଇଁ ଅଖିଳ ଭତରାଙ୍କ ନାମାଙ୍କନ ପତ୍ର ଦାଖଲ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ବହୁମୁଖୀ ଆଦିବାସୀ ଉନ୍ନୟନ ପରିଷଦ ନିର୍ଦ୍ଦେଶକ ପଦବୀ ପାଇଁ ଅଖିଳ ଭତରା ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବହୁମୁଖୀ ଆଦିବାସୀ ଉନ୍ନୟନ ପରିଷଦ ନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକ ଭାବେ ଈଶ୍ୱର ପାଣିଗ୍ରାହୀ ନିଯୁକ୍ତ ହୋଇଛନ୍ତି । ନିର୍ଦ୍ଦେଶକ ପଦବୀ ପାଇଁ ଶ୍ରୀ ଭତରା ନାମାଙ୍କନ ପତ୍ର ୧୮ନମ୍ବର ଜୋନରୁ ଦାଖଲ କରିଛନ୍ତି । ଶ୍ରୀ ଭତରା ବହୁବାର ତେନ୍ତୁଲିଖୁଣ୍ଟି ଲ୍ୟାମ୍ପସ୍ ସଭାପତି ନିର୍ବାଚିତ ହେବାସହ ବର୍ତ୍ତମାନ ଉକ୍ତ ଲ୍ୟାମ୍ପସର ସଭାପତି ଅଛନ୍ତି ।