ଭାରତର ସହାୟତାକୁ ନେଇ ତୁର୍କୀ ରାଜଦୂତଙ୍କ ସ୍ୱତନ୍ତ୍ର ବାର୍ତ୍ତା

ନୂଆଦିଲ୍ଲୀ: ତୁର୍କୀ ଓ ସିରିୟାରେ ଗତ ୨୪ ଘଣ୍ଟାରେ ଭୂମିକମ୍ପ ତାଣ୍ଡବ ରଚିଛି । ୭.୧ ତୀବ୍ରତାର ଏହି ଭୂମିକମ୍ପରେ ବହୁ ଧନ ଜୀବନ ନଷ୍ଟ ହୋଇଛି । ଏଭଳି ସ୍ଥିତିରେ ତୁର୍କୀକୁ ଭାରତ ସାହଯ୍ୟର ହାତ ବଢ଼ାଇବା ସହ ଯଥାସମ୍ଭବ ସହଯୋଗ କରିବ ବୋଲି ପ୍ରତିଶ୍ରୁତି ଦେଇଛି ।

ଭୂମିକମ୍ପ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୁରନ୍ତ ରାଜ୍ୟ ବିଦେଶ ମନ୍ତ୍ରୀ ବୀ ମୂରଲୀଧରନଙ୍କୁ ଦିଲ୍ଲୀସ୍ଥିତ ତୁର୍କୀର ଦୂତବାସଙ୍କ ନିକଟକୁ ଏକ ବାର୍ତ୍ତା ସହ ପଠାଇଥିଲେ । ପରେ ତୁର୍କୀ ରାଜଦୂତ ଫିରାତ ସୁନେଲଙ୍କୁ ମୂରଲୀଧରନ ଭେଟି ମୋଦୀଙ୍କ ବାର୍ତ୍ତା ବ୍ୟକ୍ତ କରିବା ସହ ମାନବୀୟ ସହାୟତା ପ୍ରଦାନ କରିବାକୁ ନେଇ ପ୍ରତିଶ୍ରୁତି ଦେଇଥିଲେ ।

ଭାରତର ରାଜ୍ୟ ବିଦେଶ ମନ୍ତ୍ରୀଙ୍କ ଏହି ଗସ୍ତ ପରେ ତୁର୍କୀ ରାଜଦୂତ ଫିରାତ ସୁନେଲ ଟ୍ୱିଟ୍ କରିଛନ୍ତି । ସେ ଲେଖିଛନ୍ତି ଯେ, ତୁର୍କୀ ଓ ହିନ୍ଦୀରେ ବନ୍ଧୁତା ପାଇଁ ‘ଦୋସ୍ତ’ ଶଦ୍ଦ ବ୍ୟବହାର କରାଯାଇଥାଏ । ତୁର୍କୀରେ ଏକ ପ୍ରବାଦ ରହିଛି, ଦରକାର ସମୟରେ କାମ ଆସୁଥିବା ବନ୍ଧୁ ହିଁ ପ୍ରକୃତ ବନ୍ଧୁ ।