Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଡେବ୍ୟୁ ମ୍ୟାଚ୍‌ରେ ଆୟର୍‌ଙ୍କ ଶତକ, ଭାରତ ପ୍ରଥମ ଇନିଂସ୍ ୩୪୫, ନ୍ୟୁଜିଲାଣ୍ଡ ୧୨୯ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଡେବ୍ୟୁ ମ୍ୟାଚ୍‌ରେ ଆୟର୍‌ଙ୍କ ଶତକ, ଭାରତ ପ୍ରଥମ ଇନିଂସ୍ ୩୪୫, ନ୍ୟୁଜିଲାଣ୍ଡ ୧୨୯

କାନପୁର,ଏଜେନ୍ସି: ସ୍ଥାନୀୟ ଗ୍ରୀନ୍ ପାର୍କରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଶୁକ୍ରବାର ଭାରତର ପ୍ରଥମ ଇନିଂସ୍ ୩୪୫ ରନ୍ ଜବାବରେ ନ୍ୟୁଜିଲାଣ୍ଡ ବିନା ୱିକେଟ୍‌ରେ ୧୨୯ ରନ୍ କରିଛି। ଦଳର ଦୁଇ ଓପ୍ନର୍ ୱିଲ୍ ୟଙ୍ଗ୍ (୭୫) ଓ ଟମ୍ ଲାଥମ୍ ଅର୍ଦ୍ଧଶତକ ସହ ବ୍ୟାଟିଂ କରୁଥିଲେ। ଏବେ ବି ନ୍ୟୁଜିଲାଣ୍ଡ ଭାରତଠାରୁ ୧୨୬ ରନ୍‌ରେ ପଛରେ ରହିଛି। ଏହା ପୂର୍ବରୁ ଭାରତ ପ୍ରଥମ ଇନିଂସ୍‌ରେ ୩୪୫ ରନ୍ କରିଥିଲା। ଏହି ମ୍ୟାଚ୍‌ରେ ଡେବ୍ୟୁ କରିଥିବା ଶ୍ରେୟସ୍ ଆୟର୍ କ୍ୟାରିୟର୍‌ର ପ୍ରଥମ ଟେଷ୍ଟ ଶତକ ହାସଲ କରିଥିଲେ।

ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ୍ ସାଉଦି ସର୍ବାଧିକ ୫ଟି ୱିକେଟ୍ ଅକ୍ତିଆର କରିଥିଲେ। ଭାରତ ଦ୍ୱିତୀୟ ଦିନରେ ୨୫୮/୪ରୁ ଆଗକୁ ଖେଳିବା ଆରମ୍ଭ କରିଥିଲା। ମାତ୍ର କିୱି ବୋଲର୍ ଆକର୍ଷଣୀୟ ବୋଲିଂ କରି କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କୁ ବେଶୀ ସମୟ ପର୍ଯ୍ୟନ୍ତ କ୍ରିଜ୍‌ରେ ରହିବାକୁ ଦେଇନଥିଲେ। ଅବଶ୍ୟ ଆୟର ସର୍ବାଧିକ ରନ୍ କରିବା ସହ କ୍ୟାରିୟର୍‌ର ପ୍ରଥମ ଶତକ ହାସଲ କରିଥିଲେ। ଏହାପରେ ଆର୍ ଅଶ୍ୱିନ (୩୮) କିଛିଟା ଉନ୍ନତ ବ୍ୟାଟିଂ କରିଥିଲେ ଏବଂ ଏଜାଜ୍ ପଟେଲ୍‌ଙ୍କ ବଲ୍‌ରେ ବୋଲ୍ଡ ଆଉଟ୍ ହୋଇଥିଲେ। ଏହା ପରେ ନିମ୍ନକ୍ରମ ବ୍ୟାଟ୍ସମ୍ୟାନ୍‌ମାନେ ନିରାଶ କରିଥିଲେ ଏବଂ ଶୀଘ୍ର ପ୍ୟାଭିଲିୟନ୍ ଫେରିଥିଲେ।

ପ୍ରଥମ ଦିନ ଅପରାଜିତ ଥିବା ଜାଡେଜା (୫୦) ଦ୍ୱିତୀୟ ଦିନ ୧୨ଟି ବଲ୍‌ର ସମ୍ମୁଖୀନ ହୋଇଥିଲେ ମଧ୍ୟ ତାଙ୍କ ସ୍କୋର୍ ଆଗକୁ ବଢ଼ାଇପାରି ନଥିଲେ। ସାଉଦି ତାଙ୍କୁ ବୋଲ୍ଡ ଆଉଟ୍ କରିଥିଲେ। ଅକ୍ଷର ପଟେଲ୍ ୩ ରନ୍ କରି ସାଉଦିଙ୍କ ବଲ୍‌ରେ ୱିକେଟ୍ ପଛରେ କ୍ୟାଚ୍ ଆଉଟ୍ ହୋଇଥିଲେ। ଈଶାନ୍ତ ଶର୍ମା ଖାତା ଖୋଲିବା ପୂର୍ବରୁ ପଟେଲ୍‌ଙ୍କ ବଲ୍‌ରେ ଏଲ୍‌ବିଡବ୍ଲ୍ୟୁ ଆଉଟ୍ ହୋଇଥିଲେ। ଉମେଶ ଯାଦବ ୧୦ ରନ୍‌ରେ ଅପରାଜିତ ଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ଦ୍ୱିତୀୟ ଦିନ ୩ଟି ସହ ସାଉଦି ମୋଟ ୫ଟି, ଜେମିସନ୍ ୩ଟି ଏବଂ ପଟେଲ୍ ୨ଟି ୱିକେଟ୍ ଅକ୍ତିଆର କରିଥିଲେ। ଦ୍ୱିତୀୟ ଦିନ ଭାରତୀୟ ଇନିଂସ୍‌ରେ କୌଣସି ବଡ଼ ପାର୍ଟନରଶିପ୍ ଦେଖିବାକୁ ମିଳିନଥିଲା।

ଜବାବରେ ନ୍ୟୁଜିଲାଣ୍ଡର ଆରମ୍ଭ ଭଲ ଥିଲା। ଦୁଇ ଓପ୍ନର୍ ୟଙ୍ଗ୍ ଓ ଲାଥମ୍ ଭାରତୀୟ ବୋଲର୍‌ଙ୍କୁ କଡ଼ା ଟକ୍କର୍ ଦେଇଥିଲେ। ସେମାନେ ଭାରତୀୟ ସ୍ପିନର୍‌ଙ୍କୁ ଆକ୍ରମଣ କରି ୧୨୯ ରନ୍‌ର ପାର୍ଟନରଶିପ୍ କରିଥିଲେ। ଏହା ମଧ୍ୟ ଉଭୟ ନିଜ ନିଜର ଅର୍ଦ୍ଧଶତକ ପୂରଣ କରିବା ସହ ଅପରାଜିତ ରହିଥିଲେ ।

ସଂକ୍ଷିପ୍ତ ସ୍କୋର୍‌
ଭାରତ ପ୍ରଥମ ଇନିଂସ୍‌: ୩୪୫ (ଶ୍ରେୟସ ଆୟର୍‌-୧୦୫, ଶୁବମାନ୍ ଗିଲ୍‌-୫୨, ରବୀନ୍ଦ୍ର ଜାଡେଜା-୫୦, ଆଜିଙ୍କ୍ୟା ରାହାଣେ-୩୫, ରବିଚନ୍ଦ୍ରନ୍ ଅଶ୍ୱିନ ୩୮; ଟିମ୍ ସାଉଦି-୫/୬୯, କାଇଲ ଜେମିସନ୍‌-୩/୯୧, ଏଜାଜ୍ ପଟେଲ୍‌-୨/୯୦)।
ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସ୍‌: ୧୨୯ (ଟମ୍ ଲାଥମ୍‌- ୫୦*, ୱିଲ୍ ୟଙ୍ଗ୍‌- ୭୫*)।