ସିଲ ହେଲା ଏୟାରଟେଲ ଅଫିସ

ବରଗଡ଼,ଏନ୍ଏନ୍ଏସ୍: ବରଗଡ଼ ଏୟାରଟେଲ ଅଫିସକୁ ଜିଲ୍ଲା ପ୍ରଶାସନ ତରଫରୁ ସିଲ କରାଯାଇଛି। ମିଳିଥିବା ରିପୋର୍ଟ ମୁତାବକ, ଏୟାରଟେଲ ଅଫିସର ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବାପରେ ପ୍ରଶାସନ ତରଫରୁ ଏପରି ପଦକ୍ଷେପ ନିଆଯାଇଛି। ଶୁକ୍ରବାର ପୌର ପରିଷଦର କର୍ମଚାରୀ ରାଜୀବ ଗାନ୍ଧୀ ଛକରେ ଥିବା ଏୟାରଟେଲ ଅଫିସ ପହଞ୍ଚି ଅଫିସକୁ ସିଲ କରିଥିଲେ।