ବରଗଡ଼ରୁ ପୁଣି ୮ କରୋନା ପଜିଟିଭ ଚିହ୍ନଟ

ବରଗଡ଼,ଏନଏନ୍ଏସ୍: ବରଗଡ଼ ଜିଲ୍ଲାରେ ପୁଣି ୮ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୭୭ରେ ପହଞ୍ଚିଛି। ସେଥିମଧ୍ୟରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବାବେଳେ ୩୯୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୧୮୨ ଜଣ ଚିକିତ୍ସିତ ହେଉଥିବା ସୂଚନା ମିଳିଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବରଗଡ଼ ପୌରାଞ୍ଚଳ ୱାର୍ଡ ନମ୍ବର-୮ ବ୍ୟାଙ୍କ ଅଫ ବରୋଦା ପଛପଟୁ ୩ଜଣ, ବରଗଡ଼ ବ୍ଲକ ବରାହଗୁଡ଼ା ଉପରପଡ଼ାରୁ ୨ଜଣ, ୱାର୍ଡ ନମ୍ବର -୨ ବାଲିଟିକ୍ରା, କଣ୍ଟାପାଲି କୁଲତାପଡ଼ା ଓ ସୋହେଲା ବ୍ଲକ ଘେଁସ ଚୁହାନପାଲିରୁ ଜଣେ ଲେଖାଏଁ ରହିଛନ୍ତି। ସମସ୍ତ ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ ବରଗଡ଼ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥିସହିତ ସଂପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଛି।