ଭୁବନେଶ୍ଵର,ଏନ୍ଏନ୍ଏସ୍ : ଆସନ୍ତା ୩୧ ତାରିଖରୁ ଭୁବନେଶ୍ଵରରୁ ଉତ୍ତର ପ୍ରଦେଶର ବାରାଣସୀକୁ ସିଧାସଳଖ ବିମାନ ଚଳାଚଳ କରିବ । ଏଲାଏନ୍ସ ଏୟାର ପକ୍ଷରୁ ଏହି ସେବା ଯୋଗାଇ ଦିଆଯିବ । ୭୦ ଆସନ ବିଶିଷ୍ଟ ବିମାନ ନିୟମିତ ଏହି ରୁଟରେ ଉଡ଼ାଣ କରିବ ବୋଲି ଭୁବନେଶ୍ଵର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ଦେଶକ ଭି.ଭି ରାଓ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ବିମାନ ଦିନ ୧୨ଟା ୧୫ରେ ଭୁବନେଶ୍ଵର ଛାଡ଼ି ଅପରାହ୍ନ ୨ଟା ୫ରେ ବାରାଣସୀରେ ପହଞ୍ଚିବ । ଏହା ପରେ ସେଠାରୁ ଅପରାହ୍ନ ୨ଟା ୩୦ରେ ଉଡ଼ାଣ ଆରମ୍ଭ କରି ଅପରାହ୍ନ ୪ଟା ୨୦ରେ ଭୁବନେଶ୍ଵରରେ ଅବତରଣ କରିବ।