ବିମାନବନ୍ଦରର ଲାଇଟ ପୋଷ୍ଟକୁ ପିଟିଲା ଏୟାର ଇଣ୍ଡିଆ ବିମାନ

ହାଇଦ୍ରାବାଦ,ଏଜେନ୍ସି: ଆନ୍ଧ୍ର ପ୍ରଦେଶର ବିଜୟୱାଡା ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଏକ ବଡ ଧରଣର ଦୁର୍ଘଟଣା ଅଳ୍ପକେ ଟଳିଯାଇଛି। ଏୟାର ଇଣ୍ଡିଆର ଏକ ବିମାନ ଅବତରଣ କରୁଥିବା ବେଳେ ବିମାନ ବନ୍ଦର ରନୱେ କଡ଼ରେ ଥିବା ଏକ ଲାଇଟ ପୋଷ୍ଟରେ ପିଟି ହୋଇଥିଲା। ଏଥିରେ କୌଣସି ଧନ ଜୀବନ ହାନି ହୋଇନଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ବିମାନଟି କତରରୁ ଆନ୍ଧ୍ର ପ୍ରଦେଶ ଫେରୁଥିଲା। ଏହି ବିମାନରେ ୬୪ ଜଣ ଯାତ୍ରୀ ଥିଲେ। ଏ ସମ୍ପର୍କରେ ବିମାନବନ୍ଦର ନିର୍ଦ୍ଦେଶକ ଜି ମଧୁସୂଦନ ରାଓ ସୂଚନା ଦେଇଛନ୍ତି। ସେ କହିଛନ୍ତି କି ବିମାନ ଓ କ୍ର୍ୟୁ ସଦସ୍ୟ ସମେତ ସମସ୍ତ ୬୪ ଯାତ୍ରୀ ସୁରକ୍ଷିତ ଅଛନ୍ତି।