ଏୟାର୍‌ଇଣ୍ଡିଆ ବନ୍ଦକଲା ଫ୍ରି ଟିକେଟ୍, ସରକାରୀ କର୍ମଚାରୀ ଓ ମନ୍ତ୍ରୀ କିଣିବେ ଟିକେଟ୍‌

ନୂଆଦିଲ୍ଲୀ,ଏଜେନ୍ସି: ବିମାନ କମ୍ପାନୀ ଏୟାର୍‌ଇଣ୍ଡିଆରେ ଏଣିକି ସରକାରୀ କର୍ମଚାରୀ କିମ୍ବା ମନ୍ତ୍ରୀମାନେ ମାଗଣାରେ ଯାତ୍ରା କରିପାରିବେ ନାହିଁ। ଏୟାର୍‌ଇଣ୍ଡିଆ ଟାଟା ସମୂହରେ ବିଲୟ ହେବା ପରେ କମ୍ପାନୀ ତରଫରୁ କ୍ରେଡିଟ୍ ସୁବିଧା ଉପରେ ରୋକ ଲାଗୁ କରାଯାଇଛି। ଅପରପକ୍ଷରେ ସରକାର ସମସ୍ତ ବିଭାଗ ତଥା ମନ୍ତ୍ରଣାଳୟକୁ ତୁରନ୍ତ ସମସ୍ତ ବକେୟା ପେମେଣ୍ଟ୍ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।

ଏ ନେଇ ଅର୍ଥ ମନ୍ତ୍ରଣାଳୟ ଅଧୀନ ବ୍ୟୟ ବିଭାଗ ଏକ ମେମୋରେଣ୍ଡମ୍ ଜାରି କରିଛି। କ୍ରେଡିଟ୍ ସୁବିଧା ବ୍ୟତୀତ ସରକାରୀ କର୍ମଚାରୀ ଓ ମନ୍ତ୍ରୀ ଏୟାର୍‌ଇଣ୍ଡିଆ ବିମାନରେ ଯାତ୍ରା କରିବା କ୍ଷେତ୍ରରେ ନଗଦ ଜରିଆରେ ଟିକେଟ୍ କିଣିପାରିବେ ବୋଲି ନିର୍ଦ୍ଦେଶାନାମା ଜାରି କରିଛି।