ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୩୩୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ସଂକ୍ରମଣ କିଛି ମାତ୍ରାରେ ତଳମୁହାଁ ହୋଇଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ସ୍ଥିର ରହିଛି। ପୂର୍ବରୁ ରାଜ୍ୟରୁ ପ୍ରାୟ ହଜାରେ ଉପରେ କରୋନା ଆକ୍ରାନ୍ତ ସୁସ୍ଥ ହେଉଥିବା ବେଳେ ଗତ କିଛି ଦିନ ହେବ ସୁସ୍ଥ ସଂଖ୍ୟା ହଜାରେ ତଳେ ରହୁଛି। ଆଜି ମଧ୍ୟ ଗତ ୨୪ ଘଣ୍ଟା ମଧ୍ୟରେ ପୂରା ରାଜ୍ୟରୁ ୩୩୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ ସୁସ୍ଥ ହୋଇଥିବା ୩୩୪ ଜଣଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୫୯ ଜଣ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥ ହାରକୁ ମିଶାଇ ରାଜ୍ୟରେ ମୋଟ୍ ସୁସ୍ଥ ସଂଖ୍ୟା ୧୦ ଲକ୍ଷ ୨୭୧୦୮ ରେ ପହଞ୍ଚିଛି ।