ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଆ ଆଲବମ୍ କ୍ୟୁଇନ ଦୀପା ସାହୁଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯିବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ବର୍ଷେ ହେବ ସେ କ୍ୟାନସର ରୋଗରେ ପୀଡ଼ିତ ଥିଲେ। ତେବେ ଆଜି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଯିବାରୁ ତାଙ୍କୁ ଅଭିନେତା ଅଖିଲ ପଟ୍ଟନାୟକଙ୍କ ସମେତ ଅନ୍ୟକେତେକ ବ୍ୟକ୍ତି ହସ୍ପିଟାଲକୁ ନେଇଛନ୍ତି।
ଓଡ଼ିଆ ଆଲବମ୍ ଇଣ୍ଡଷ୍ଟ୍ରିର ଏକ ଚର୍ଚ୍ଚିତ ଚେହାରା ଦୀପା ଏକାଧିକ ଆଲବମରେ ଅଭିନୟ କରିଛନ୍ତି। ଏଥିସହିତ ସେ କିଛି ଓଡ଼ିଆ ଫିଲ୍ମ ଓ ଧାରାବାହିକରେ ମଧ୍ୟ କାମ କରିଛନ୍ତି।