ଚାଷୀଙ୍କ ବିଭିନ୍ନ ଦାବିକୁ ନେଇ ଏଆଇକେକେଏମଏସ ବିକ୍ଷୋଭ

ବଲାଙ୍ଗିର,ଏନ୍ଏନ୍ଏସ୍ : ଅଲ୍ ଇଣ୍ଡିଆ କୃଷକ କ୍ଷେତ ମଜଦୁର ସଂଗଠନ ଦେଓଗାଁ ବ୍ଲକ ଶାଖା ତରଫରୁ ଚାଷୀଙ୍କ ବିଭିନ୍ନ ଦାବିକୁ ନେଇ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ୨୦୧୯ କୃଷିବୀମାଭୁକ୍ତ ଚାଷର ଉପଯୁକ୍ତ କ୍ଷତିପୂରଣ ଶୀଘ୍ର ଦେବା, ଚକଡା ରୋଗ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଉପଯୁକ୍ତ କ୍ଷତିପୁରଣ ଯୋଗାଇ ଦେବା, ୧୯୫୫ ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଆଇନ ରଦ୍ଦ କରିବା, ପ୍ରାଇଭେଟ ମଣ୍ଡି ଆଇନ ରଦ୍ଦ କରିବା ଏବଂ ଚୁକ୍ତି ଚାଷ ଆଇନ ରଦ୍ଦ କରିବା ଦାବିରେ ବିକ୍ଷୋଭ କରିବା ସହ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ଏକ ଦାବିପତ୍ର ଦିଆଯାଇଥିଲା ଏହି ବିକ୍ଷୋଭରେ ଜିଲ୍ଲା ସଂଗଠକ ସୁନୀଲ ଭୋଇ, ଡୋଳାମଣି ରଣା, ପିତାମ୍ବର ପଧାନ, ସୁଶିଲ ସାହୁ, ପୁରନ୍ଦର ଭୋଇ, ପ୍ରଦୀପ ସା, ଅମିତ ପଧାନ ଓ ପିଙ୍କୁ ଭୋଇ ସହ ବହୁ ସଦସ୍ୟ ସାମିଲ ଥିଲେ।