ୱାର୍ଲ୍ଡକପରେ ବୁମରାହଙ୍କ ଖେଳିବାକୁ ନେଇ ଅଶ୍ୱିନଙ୍କ ଖୁଲାସା

ନୂଆଦିଲ୍ଲୀ: ଭାରତରେ ହେବାକୁ ଥିବା ୨୦୨୩ ୱାର୍ଲ୍ଡକପର କାର୍ଯ୍ୟସୂଚୀ ଆଇସିସି ଜୁନ୍ ୨୭ ତାରିଖରେ ଘୋଷଣା କରିଦେଇଛି । ସେଥିପାଇଁ ପ୍ରସ୍ତୁତି ଲାଗି ପ୍ରତ୍ୟେକ ଟିମ୍ ପାଖରେ ଏବେ ୧୦୦ରୁ କମ୍ ଦିନ ରହିଛି । ଏଭଳି ସ୍ଥିତିରେ ଟିମ୍ ଇଣ୍ଡିଆ କିଛି ଖେଳାଳୀଙ୍କ ଫିଟନେସକୁ ନେଇ ଚିନ୍ତାରେ ପଡ଼ିଛି । ଏଥିରେ ଗୋଟିଏ ନାମ ଦ୍ରୁତ ବୋଲର ଜସପ୍ରୀତ ବୁମରାହଙ୍କ ମଧ୍ୟ ସାମିଲ ରହିଛି । ବୁମରାହ ଏବେ ରାଷ୍ଟ୍ରୀୟ କ୍ରିକେଟ ଆକାଡେମୀ(ଏନସିଏ)ରେ ରିହେବ ପ୍ରିକ୍ରିୟା ଦେଇ ଗତି କରିଛନ୍ତି । ଇତିମଧ୍ୟରେ ଲେଗସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ୱାର୍ଲ୍ଡକପରେ ବୁମରାହଙ୍କ ଖେଳିବାକୁ ନେଇ ସୂଚନା ପ୍ରଦାନ କରିଛନ୍ତି।

ରବିଚନ୍ଦ୍ରନ୍ ଅଶ୍ୱିନ କହିଛନ୍ତି ଯେ, ଆଇସିସି ଆୟୋଜନ କରୁଥିବା ଭାରତ- ପାକିସ୍ତାନ ମ୍ୟାଚ ବେଶ୍ ରୋମାଞ୍ଚକପୂର୍ଣ୍ଣ ହୋଇଥାଏ । ଏମିତି କିଛି ଆଗାମୀ ୱାର୍ଲ୍ଡକପରେ ମଧ୍ୟ ଦେଖିବାକୁ ମିଳିବ । ଉଭୟ ଟିମ୍ ପାଖରେ ଜବରଦସ୍ତ ଦ୍ରୁତ ବୋଲର ରହିଛନ୍ତି । ଜସପ୍ରୀତ ବୁମରାହ ଏହି ମ୍ୟାଚ ପାଇଁ ସମ୍ପୂର୍ଣ୍ଣ ରୂପେ ଫିଟ୍ ହୋଇଯିବେ ବୋଲି ମୁଁ ଆଶା କରୁଛି । କିନ୍ତୁ ମୁଁ ଟିମ୍ କମ୍ବିନେସନକୁ ନେଇ ଏବେ କିଛି କହିପାରିବିନି ।