ରାମ ଚରଣ ଓ ଉପାସନାଙ୍କ ଝିଅର ହେଲା ନାମକରଣ

ମୁମ୍ବାଇ: ସାଉଥ ସୁପରଷ୍ଟାର ରାମଚରଣ ଓ ତାଙ୍କ ପତ୍ନୀ ଉପାସନା କାମିନେନୀ କୋନିଡେଲା ନିକଟରେ ଏକ କନ୍ୟା ସନ୍ତାନର ପିତାମାତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ରାମଚରଣ ଓ ଉପାସନା ଏକ ପାରମ୍ପରିକ ନାମକରଣ ସମାରୋହରେ ଝିଅର ନାମ କ୍ଲିନ କାରା କୋନିଡେଲା ରଖିଛନ୍ତି । ଏନେଇ ଜେଜେବାପା ତଥା ସୁପରଷ୍ଟାର ଚିରଞ୍ଜିବୀ ସୋସିଆଲ ମିଡିଆରେ ସୂଚନା ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ, ପବିତ୍ର ହିନ୍ଦୁଗ୍ରନ୍ଥ ଲଲିତା ସହସ୍ରନାମମରୁ ଝିଅର ନାମ କ୍ଲିନ କାରା ରଖାଯାଇଛି । ଉକ୍ତ ଗ୍ରନ୍ଥାବଳୀରେ ହିନ୍ଦୁ ମାଁ ଲଲିତା ଦେବୀଙ୍କ ହଜାରେ ନାମର ସୂଚୀ ରହିଛି ।