ନୂଆଦିଲ୍ଲୀ: ପ୍ରେମର ପ୍ରତୀକ ତାଜମହଲରେ ବୋମା ଥିବା ନେଇ ଖବର ମିଳିଲା କିନ୍ତୁ ତାହା ଫର୍ଜୀ ଥିଲା। ବୋମା ଖବର ମିଳିବା ପରେ ଭିତରେ ଥିବା ପର୍ଯ୍ୟଟକଙ୍କୁ ତୁରନ୍ତ ବାହାର କରାଯିବା ସହ ଉଭୟ ପାର୍ଶ୍ୱର କବାଟ ବନ୍ଦ କରି ଦିଆଯାଇଥିଲା। ପୁଲିସକୁ ଜଣେ ଅଜଣା ବ୍ୟକ୍ତି ଫୋନ୍ କରି ଏହି ସୂଚନା ଦେଇଥିଲା। ବୋମା ଥିବା ସୂଚନା ମିଛ ସାବ୍ୟସ୍ତ ହେବା ପରେ ଉକ୍ତ ଯୁବକକୁ ଫିରୋଜାବାଦରୁ ଗିରଫ କରାଯାଇଛି।
ଉକ୍ତ ଯୁବକ ଜଣଙ୍କର ସେନାରେ ନିଯୁକ୍ତି ରଦ୍ଦ ହେବା ଯୋଗୁ ସେ ଅସନ୍ତୁଷ୍ଟ ଥିଲା। ପୁଲିସକୁ ଫୋନ୍ ଆସିିବା ପରେ ଉକ୍ତ ନମ୍ବରକୁ ଟ୍ରେସ କରାଯାଇ ଯୁବକ ସମ୍ବନ୍ଧରେ ଜଣା ପଡ଼ିଥିଲା।
ସୂଚନାଯୋଗ୍ୟ, ଏହି ଖବର ମିଳିବା ପରେ ତାଜମହଲ ପରିସରରେ ଭାରି ସଂଖ୍ୟାରେ ସିଆଇଏସଏଫଙ୍କୁ ନିଯୁକ୍ତ କରାଯାଇଛି। ଆଉ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି।