ପୁଣି ଜନନୀ ଯନ୍ତ୍ରଣା, ଗାଁ କୁ ରାସ୍ତା ନଥିବାରୁ କାନ୍ଧରେ ବୁହା ହେଲେ ଗର୍ଭବତୀ ମହିଳା

ନାରାୟଣପାଟଣା,ଏନ୍ଏନ୍ଏସ୍: ଗାଁ କୁ ରାସ୍ତା ନଥିବାରୁ କାନ୍ଧରେ ବୁହା ହେଲେ ଆଦିବାସୀ ଗର୍ଭବତୀ ମହିଳା। କାନ୍ଧରେ ୪କିଲୋମିଟର ବୁହାହୋଇ ଆମ୍ବୁଲାନ୍ସ ନିକଟକୁ ଗର୍ଭବତୀ ଆସିଲେ। ଏପରି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାର ନାରାୟଣପାଟଣା ବ୍ଲକର ତଳଗଡତି ଗାଁ’ରେ । ଗାଁ’କୁ ପକ୍କା ରାସ୍ତା ନଥିବାରୁ ଗର୍ଭବତୀ ଆଦିବାସୀ ମହିଳା ଜଣଙ୍କୁ ଗାଁ’ର ୧୫ଜଣ ମହିଳା ଷ୍ଟ୍ରେଚର ଯୋଗେ ୪କିଲୋମିଟର ବୋହି ଆମ୍ବୁଲାନ୍ସ ନିକଟକୁ ନେଇଛନ୍ତି। ମାଇନ୍ସ ବେଲ୍ଟରେ ଥିବା ସାଉଥ୍ ବ୍ଲକର ଦାମନଯୋଡି ମାଥାଲପୁଟରୁ ଆମ୍ବୁଲାନ୍ସ ଜରିଆରେ ଗର୍ଭବତୀ ମହିଳାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

ଉପରଗଡତି ଗାଁ’ର ସନିୟା ଜାନିର ସ୍ତ୍ରୀ ମିଣିଙ୍ଗ ଜାନି ଆଜି ସକାଳେ ଗର୍ଭ ଯନ୍ତ୍ରଣା ଅନୁଭବ କରିବାରୁ ଗାଁ ଆଶା ଦିଦିଙ୍କୁ ଜଣେଇଥିଲେ। ଗାଁ’କୁ ଆମ୍ବୁଲାନ୍ସ ଆସିନପାରି ବାରୁ ବାଧ୍ୟହୋଇ ୪କିଲୋମିଟର ଦୁର ଦାମନଯୋଡିର ସାଉଥ୍ ବ୍ଲକ୍ ନିକଟରେ ଆମ୍ବୁଲାନ୍ସଟି ଆଟକି ଥିଲା । ଯନ୍ତ୍ରଣା ଗୁରୁତର ହେବାରୁ ଶେଷରେ ଗାଁ ର ୧୫ ରୁ ଅଧିକ ମହିଳା‌ କିଛି ଉପାୟ ନପାଇ ଶେଷରେ ନିଜେ କାନ୍ଧ ଦେଇ ଗର୍ଭ ବତି ମହିଳାକୁ ବୋହି ନେଇଥିଲେ । ଚାରି କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ନିକଟରେ ପହଂଚି ତାକୁ ମାଥାଲପୁଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଛି।

ନାରାୟଣପାଟଣା ବ୍ଲକର ବିଜାଘାଟି ପଞ୍ଚାୟତର ତଳଗଡତି, ଉପରଗଡତି, ମଝୀ ଗଡତି ପରି ୭ଖଣ୍ଡ ଗ୍ରାମକୁ ପକ୍କା ସଡ଼କ ନାହିଁ ଏବଂ ଏ ନେଇ ବାରମ୍ବାର ଗ୍ରାମବାସୀ ପକ୍କା ରାସ୍ତା ପାଇଁ ପ୍ରଶାସନକୁ କହିଆସୁଥିଲେ ବି କୈଣସି ସୁଫଳ ମିଳିପାରି ନାହିିଁ। ଫଳରେ ବାରମ୍ବାର ଏଠାକାର ବାସିନ୍ଦା ବିଗତ ଦିନରେ ଏପରି ନାନା ସମସ୍ୟାର ସମ୍ମୁଖୀନ ହୋଉଛନ୍ତି। ଏପରି କି କେଣସି ବିକାଶ ମୂଳକ ଯୋଜନା ଗ୍ରାମମାନଙ୍କରେ ପହଞ୍ôଚ ପାରୁ ନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।