ପୁଣି ଲୋକପ୍ରିୟତାରେ ଶୀର୍ଷରେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ସମଗ୍ର ବିଶ୍ୱରେ ବଜାୟ ରହିଛି । ମର୍ଣ୍ଣିଂଗ କନସଲ୍ଟର ସର୍ଭେ ମୁତାବକ, ୭୫ ପ୍ରତିଶତ ଅନୁମୋଦନ ରେଟିଂ ସହ ପ୍ରଧାନମନ୍ତ୍ରୀ ମୋଦୀ ପୁଣିଥରେ ଗ୍ଲୋବାଲ ରେଟିଂରେ ଶୀର୍ଷରେ ରହିଛନ୍ତି । ମୋଦୀଙ୍କ ପରେ ମେକ୍ସିକୋ ରାଷ୍ଟ୍ରପତି ଏଣ୍ଡ୍ରେସ ମେନୁଅଲ ଲୋପେଜ ଅବ୍ରେଡୋର ୬୩ ପ୍ରତିଶତ ଓ ଇଟାଲୀ ପ୍ରଧାନମନ୍ତ୍ରୀ ମାରିୟୋ ଡେଗ୍ରୀ ୫୪ ପ୍ରତିଶତ ସହ କ୍ରମଶଃ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି ।

ଦୁନିଆର ୨୨ ନେତାଙ୍କ ସୂଚୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୪୧ ପ୍ରତିଶତ ରେଟିଂ ସହ ୫ମ ସ୍ଥାନରେ ରହିଛନ୍ତି । ବାଇଡେନଙ୍କ ପରେ କାନାଡ଼ା ରାଷ୍ଟ୍ରପତି ଜଷ୍ଟିନ ଟ୍ରୁଡୋ ୩୯ ପ୍ରତିଶତ ରେଟିଂ ପାଇଥିବା ଜଣିପଡ଼ିଛି ।