ମାଲକାନଗିରି,ଏନ୍ଏନ୍ଏସ୍: ଡାକ୍ତରଙ୍କୁ ଭଗବାନଙ୍କ ଦ୍ୱିତୀୟ ରୂପ କୁହାଯାଏ ଏବଂ ଏହା ଆଜି ପ୍ରମାଣିତ ହୋଇଛି। ଦୁର୍ଗମ ଅଞ୍ଚଳରୁ ରୋଗୀକୁ ଡାକ୍ତର ଖଟିଆରେ ବୋହି ୩୦କିଲୋମିଟର ଦୂର ହସ୍ପିଟାଲ ନେଇଥିବା ଜଣାପଡ଼ିଛି। ମାଲକାନଗିରି ଭଳି ଦୁର୍ଗମ ଓ ଜଙ୍ଗଲିଆ ରାସ୍ତାରେ ଆମ୍ବୁଲାନ୍ସ ଯାଇପାରୁନଥିବା ବେଳେ ରୋଗୀମାନଙ୍କ ପାଇଁ ଡାକ୍ତରମାନେ ଭଗବାନ ଭଳି କାମ କରୁଛନ୍ତି।
