୧୭ ଜଣ କରୋନା ପଜିଟିଭ ଚିହ୍ନଟ ହେବାରୁ କଣ୍ଟେନମେଣ୍ଟ ଜୋନ ଘୋଷଣା

କଟକ,ଏନ୍ଏନ୍ଏସ୍: କଟକ ଜିଲ୍ଲା ଆଠଗଡ଼ ବ୍ଲକ ଅନ୍ତର୍ଗତ ଖଣ୍ଡୁଆଳି ଗାଁରେ ଏକକାଳୀନ ୧୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାପରେ ସମ୍ପୃକ୍ତ ଗାଁକୁ ୭ଦିନ ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ତେବେ ଏହି ୧୭ ଜଣଙ୍କୁ ହୋମ ଆଇସୋଲେସନରେ ରଖାଯାଇଥିବା ବେଳେ ସେମାନଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ଉକ୍ତ ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି। ରାଜ୍ୟରେ ଦିନକୁ ଦିନ କରୋନା ଗ୍ରାଫରେ ପରିବର୍ତ୍ତନ ହେଉଥିବାବେଳେ ପୁଣିଥରେ ଆଠଗଡକୁ କରୋନା ଫେରି ଲୋକଙ୍କ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି।