କ୍ଷମତା ଚାଲିଗଲା ପରେ ଅଲୋଡ଼ା ନେତା

ରାୟଗଡା,ଏନ୍ଏନ୍ଏସ୍: କ୍ଷମତା ଚାଲିଗଲା ପରେ ଜଣେ ସରଳ ମଣିଷ ଟିଏ କେତେ ଯେ ଅନାଦର ହୁଏ ତାହା ମହାତ୍ମାଗାନ୍ଧୀ ପାର୍କ ଠାରେ ଅନୁଷ୍ଟିତ ମହାତ୍ମାଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ପାଳନ ଅବସରରେ ବେସ୍ ବାରି ହୋଇପଡ଼ିଛି । ତିନିଥର ରାୟଗଡ଼ା ବିଧାନସଭା ମଣ୍ଡଳୀକୁ ପ୍ରତିନିଧି କରିବା ସହ ଦୁଇଥର କ୍ୟାବିନେଟ ମନ୍ତ୍ରୀ ଥରଟିଏ ଉପବାଚସ୍ପତି ପଦରେ ରହିଥିବା ଲାଲବିହାରି ହିମିରିକାଙ୍କୁ ସଭା ମଣ୍ଡପକୁ ପାଛୋଟି ନେବାତ ଦୂରର କଥା ଫୁଲ ତୋଡାଟିଏ ମଧ୍ୟମିଳିଲା ନାହିଁ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଏବଂ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳନ ପାଇଁ ସାରା ସହର ଖୁବ  ଉତ୍ସବ ମୁଖର ହୋଇ ଉଠିଥିବା ବେଳେ ଜିଲାସ୍ତରୀୟ ପାଳନ ପାଇଁ ସଦର ମହକୁମାରେ ଥିବା ମହାତ୍ମାଗାନ୍ଧୀ ପାର୍କକୁ ସଜେଇଦିଆଯାଇଥିଲା 

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମୁଖ୍ୟଅତିଥି, ଜିଲ୍ଲାରପଦାଧିକାରୀଙ୍କ ଦ୍ୱାରା ପାର୍କରେ ଥିବା ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି ପରିପ୍ରେକ୍ଷୀରେ ପୂର୍ବତନ ଉପବାଚସ୍ପତି ଲାଲବିହାରି ହିମିରିକାଙ୍କୁ ମଧ୍ୟ ପ୍ରଶାସନ ପକ୍ଷରୁ ନିମନ୍ତ୍ରଣ କରଯାଇଥିଲା । ତେବେ ପରିତାପର ବିଷୟ ଯେ ପଦରେ ଥିବାବେଳେ ମାଳମାଳ ଅଧିକାରୀ ତାଙ୍କ ଆସିବା ବାଟକୁ ଚାହିଁ ବସିରହିଥିବା ବେଳେ ଫୁଲତୋଡ଼ା ଟିଏ ଦେଇ ସ୍ୱାଗତ କରିବାକୁ କାହାର ଦେଖାନଥିଲା 

ତା’ ଠାରୁ ଆହୁରି ବିସ୍ମୟକର କଥା ଯେ ମହାତ୍ମାଗାନ୍ଧୀ ଓ ଗୋପବନ୍ଧୁ ଦାସ, ବିନୋବା ଭାବେ ଏବଂ ଲାଲବାହାଦୁର ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ପ୍ରଦାନ ପାଇଁ ଫୁଲଟିଏ ମଧ୍ୟ ସେଠାର ନଥିବା ଲାଲବିହାରିଙ୍କୁ ଚକିତକରିଦେଇଥିଲା । ଏଣେତେଣେ ଚାରିପଟେ ଦେଖିବା ପରେ ସେ ବାଧ୍ୟହୋଇ ଲୋକେ ଶ୍ରଦ୍ଧାଞ୍ଜଳି ଦେବାପରେ ତଳେ ପଡିଥିବା ଫୁଲକୁ ଗୋଟେଇ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ଦୃଶ୍ୟ ସମସ୍ତଙ୍କୁ ଚକିତ କରିଦେଇଥିଲା । ତେବେ କ୍ଷମତା ଚାଲିଗଲା ପରେ ପ୍ରଶାସନର ଏଭଳି ମନୋଭାବକୁ ସାରା ଜିଲ୍ଲାରେ ନିନ୍ଦା କରାଯାଇଛି । ସବୁଠାରୁ ବଡ଼କଥା ସଭାମଞ୍ଚରେ ନିଜ ଦଳର ମନ୍ତ୍ରୀ, ସାଂସଦଙ୍କ ଉପସ୍ଥିତିରେ ସରଳ ସ୍ୱଭାବ ବ୍ୟକ୍ତିଙ୍କୁ ଏଭଳି ନମସ୍କାର ମନୋଭାବକୁ କେହି ମଧ୍ୟ ପ୍ରତିବାଦ କରିବା କିମ୍ବା ନିଜ ଆଡ଼ୁ ହାତଟିଏ ନ ବଢ଼ାଇବା ଏବେ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି।