ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଶିବସେନାର ପ୍ରାର୍ଥିପତ୍ର ଦାଖଲ

ମହାରାଷ୍ଟ୍ର,ଏଜେନ୍ସି: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲ କରିଛି ଶିବସେନା ନେତା ଆଦିତ୍ୟ ଠାକରେ। ନାମାଙ୍କନ ଦାଖଲ ପୂର୍ବରୁ ଏକ ବିରାଟ ଶୋଭାଯାତ୍ରା କରି ଆଦିତ୍ୟ ଶକ୍ତି ପ୍ରଦର୍ଶନ କରିଛି। ମୁମ୍ବାଇରେ ଶିବସେନା ଶକ୍ତି ପ୍ରଦର୍ଶନ ବେଳେ ବିଜେପିର ବହୁ କର୍ମୀ ଉପସ୍ଥିତ ରହି ତାଙ୍କୁ ସମର୍ଥନ ଜଣାଇଛନ୍ତି। ତେବେ ପ୍ରଥମଥର ପାଇଁ ଆଦିତ୍ୟ ଠାକରେ ବିଧାନସଭା ନିର୍ବାଚନ ଲଢ଼ୁଥିବାବେଳେ ଆସନ୍ତା କାଲିଠାରୁବିଧିବଦ୍ଧଭାବେ ନିର୍ବାଚନ ରାଲି ଆରମ୍ଭ କରିବେ। ସୂଚନା ଅନୁଯାୟୀ ମହାରାଷ୍ଟ୍ରରେ ୨୮ ଆସନ ପାଇଁ ୨୧ତାରିଖରେ ଭୋଟ ଗ୍ରହଣ ହେବ। ତେବେ ଚଳିତ ବର୍ଷ ବିଜେପି ସହିତ ମେଣ୍ଟ କରି ଶିବସେନା ନିର୍ବାଚନ ଲଢ଼ୁଛି ଶିବସେନା।