ମହାରାଷ୍ଟ୍ର ପରେ ଦିଲ୍ଲୀରେ ନାଇଟ କର୍ଫ୍ୟୁ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଦିନକୁଦିନ ବଢ଼ି ଚାଲିଥିବାବେଳେ ରାଜଧାନୀ ଦିଲ୍ଲୀର ସ୍ଥିତି ମଧ୍ୟ ସାଂଘାତିକ ରହିଛି। କରୋନା ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଆହ୍ୱାନ ଦିଆଯାଉଥିଲେ ମଧ୍ୟ କିଛି ଲୋକ ଏହାର ଅବମାନନା କରୁଛନ୍ତି। ସେଥିପାଇଁ ମହାରାଷ୍ଟ୍ର ପରେ ଦିଲ୍ଲୀ ସରକାର ମଧ୍ୟ ନାଇଟ କର୍ଫ୍ୟୁ ଘୋଷଣା କରିଛନ୍ତି। ଏଥିସହିତ ଆଜିଠୁ ଏପ୍ରିଲ ୩୦ ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ ହେବ। ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିବ ବୋଲି ସୂଚନା ମିଳିଛି।