ପୁରୀରେ ୫ ରାଜ୍ୟ ପାଇଁ କଟକଣା

ପୁରୀ,ଏନ୍ଏନ୍ଏସ୍: କରୋନା ସଂକ୍ରମଣ ବଢ଼ୁଥିବାରୁ ୫ ରାଜ୍ୟର ପର୍ଯ୍ୟଟକଙ୍କ ପାଇଁ ପୁରୀ ପ୍ରଶାସନ କଟକଣା ଜାରି କରିଛିି। ଏନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି। ମଧ୍ୟପ୍ରଦେଶ, ଛତିଶଗଡ଼, ମହାରାଷ୍ଟ୍ର, କେରଳ ଓ ପଞ୍ଜାବରୁ ଆସୁଥିବା ଲୋକଙ୍କ ପ୍ରତି କଡ଼ା ନଜର ରଖାଯାଇଛି। ରେଳ ଷ୍ଟେସନରେ ସ୍କ୍ରିନିଂ ବ୍ୟବସ୍ଥା କରାଯିବା ସହ ଲକ୍ଷଣ ଦେଖାଦେଲେ ଟେଷ୍ଟ ମଧ୍ୟ କରାଯିବ। ଏହି ୫ଟି ରାଜ୍ୟର ଲୋକ ପୁରୀ ଆସିବାକୁ ହେଲେ ଏମାନଙ୍କ ପାଖରେ ୭୨ ଘଣ୍ଟା ମଧ୍ୟରେ ହୋଇଥିବା ଆରଟିପିସିଆର ନେଗେଟିଭ ରିପୋର୍ଟ ଥିବା ଦରକାର। ଏତଦବ୍ୟତୀତ ଉଭୟ କରୋନା ଟିକାର ୨ଟି ଡୋଜ୍ ନେଇ ସାରିଥିଲେ ଅନୁମତି ମିଳିବ ବୋଲି ଜଣାପଡ଼ିଛି।