ଆସାମ: ଆସାମରେ ଭୟଙ୍କର ବର୍ଷା ଲାଗି ରହିଛି । ଲଗାତାର ଭାବେ ହେଉଥିବା ବର୍ଷା ଯୋଗୁ ଗୋଲପାରା ଜିଲ୍ଲାରେ ଭୂସ୍ଖଳନ ହୋଇ ଆଜି ୨ ଶିଶୁଙ୍କ ମୃତ୍ୟୁ ଘଟିଛି । ପରେ ଏନଡିଆରଏଫ ଶିଶୁ ଦ୍ୱୟଙ୍କ ଶବକୁ ଉଦ୍ଧାର କରିଛି।
ସୂଚନାଯୋଗ୍ୟ, ଆସାମରେ ୬ ଦିନ ହେବ ଲଗାତାର ବର୍ଷା ହେଉଛି । ଏଥିରେ ଗତ ୩ ଦିନରେ ୬ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟପଟେ ଦିହିଙ୍ଗ ନଦୀର ଜଳସ୍ତର ହଠାତ ବଢ଼ିଯାଇଛି । ଏଥିଯୋଗୁ ଜୁନ ୧୫ରେ ବକ୍ସା ଜିଲ୍ଲାର ସୁବନଖାଟା ଅଞ୍ଚଳରେ ପୋଲର ଏକ ଅଂଶ ଖସି ଯାଇଥିଲା । ପୋଲ ଖସିବା ଯୋଗୁ ଲୋକଙ୍କ ଯାତାୟତରେ ମଧ୍ୟ ସମସ୍ୟା ଦେଖାଦେଇଛି ।