ଦୁର୍ଗା ପୂଜା ପାଇଁ ଗାଇଡଲାଇନ ଜାରି କଲେ ମମତା ସରକାର

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ସରକାର ଦୁର୍ଗା ପୂଜା ପାଇଁ ଗାଇଡଲାଇନ ଜାରି କରିଛନ୍ତି। ଗାଇଡଲାଇନ ଅନୁସାରେ, ସମସ୍ତ ପ୍ରକାର ପେଣ୍ଡାଲ ଖୋଲା ରହିବ। ପେଣ୍ଡାଲର ଚର୍ତୁପାର୍ଶ୍ୱ ମଧ୍ୟ ଖୋଲା ରହିବ। ପେଣ୍ଡାଲରେ ସାନିଟାଇଜର ଓ ମାସ୍କ ବ୍ୟବସ୍ଥାକୁ ସୁନିଶ୍ଚିତ କରାଯିବ। ପର୍ଯ୍ୟାପ୍ତ ପରିମାଣରେ ଭଲିନଟିୟର୍ସ ରଖାଯିବ। ପ୍ରସାଦ ବିତରଣ ଓ ସିନ୍ଦୁର ଖେଳ ଛୋଟ ଗ୍ରୁପ ମଧ୍ୟରେ ହେବ। ପେଣ୍ଡାଲ ଭିତରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ଦିଆଯିବନି। ଲୋକଙ୍କୁ ସଚେତନ କରିବା ପାଇଁ ସୋସିଆଲ ମିଡିଆର ବ୍ୟବହାର କରାଯିବ ବୋଲି ଜଣାପଡ଼ିଛି।