ନିର୍ବାଚନ ପରେ ୫୦ ଦିଲ୍ଲୀବାସୀଙ୍କ ସହ ଡିନର କରିବେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ‘ଏକ ମୌକା କେଜ୍ରିୱାଲ କୋ’ କାର୍ଯ୍ୟକ୍ରମ ଆଜିଠୁ ଆରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଦିଲ୍ଲୀବାସୀ ଭିଡିଓ କରି ଦିଲ୍ଲୀରେ କ’ଣ କାମ ହୋଇଛି ତାହା ଅନ୍ୟ ରାଜ୍ୟବାସୀଙ୍କୁ ଜଣାଇବେ। ଏଥିରେ ଦିଲ୍ଲୀ ସରକାରଙ୍କ କେଉଁ କାମ ଯୋଗୁ ଅଧିକ ଲାଭ ମିଳିଛି ତାହା ମଧ୍ୟ ଦର୍ଶାଇବାକୁ ପଡ଼ିବ । ଉକ୍ତ ଭିଡ଼ିଓକୁ ସୋସିଆଲ ମିଡିଆରେ ସେୟାର କରିବାକୁ ମଧ୍ୟ କୁହାଯାଇଛି । ଏଥିସହିତ ଯେଉଁ ୫୦ ଜଣଙ୍କ ଭିଡିଓ ଭାଇରାଲ ହେବ ସେମାନଙ୍କ ସହ ନିର୍ବାଚନ ପରେ କେଜ୍ରିୱାଲ ଡିନର କରିବେ ବୋଲି କହିଛନ୍ତି ।