କଟକ ଓ ପୁରୀ ପରେ ଆଉ ୩ ଜିଲ୍ଲାରେ କଟକଣା ମଧ୍ୟରେ ଧର୍ମାନୁଷ୍ଠାନ ଖୋଲିବାକୁ ଅନୁମତି

କେନ୍ଦ୍ରାପଡ଼ା,ଏନ୍ଏନ୍ଏସ୍: ରାଜ୍ୟରେ ଅଗଷ୍ଟ ପହିଲାରୁ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଛି। କଟକଣା ମଧ୍ୟରେ ଧୀରେ ଧୀରେ ରାଜ୍ୟରେ ଧର୍ମାନୁଷ୍ଠାନ ଗୁଡିକ ଖୋଲିବାକୁ ଅନୁମତି ମିଳୁଛି। ଏହି କ୍ରମରେ କିଛି ହାତଗଣତି ବଡ଼ ମନ୍ଦିରକୁ ଛାଡିଦେଲେ ଏବେ ପ୍ରାୟ ଅଧିକାଂଶ ଜିଲ୍ଲାରେ ମନ୍ଦିର ଖୋଲିବାକୁ ଅନୁମତି ଦେଇଛନ୍ତି ଜିଲ୍ଲାପାଳ ମାନେ।

ବର୍ତ୍ତମାନ ପୁରୀ ଓ କଟକ ପରେ ଯାଜପୁର, କେନ୍ଦ୍ରାପଡ଼ା ଓ କୋରାପୁଟ ଜିଲ୍ଲାରେ ମଧ୍ୟ ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ଅନୁମତି ଦେଇଛନ୍ତି ଜିଲ୍ଲାପାଳ। କରୋନା କଟକଣା ମଧ୍ୟରେ ଏହି ସବୁ ଜିଲ୍ଲାରେ ମନ୍ଦିର ଓ ଅନ୍ୟ ଧର୍ମାନୁଷ୍ଠାନ ଖୋଲିବାକୁ ଅନୁମତି ମିଳିଛି। ମନ୍ଦିର ପରିସର ମଧ୍ୟରେ ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ବଜାୟ ରଖିବାକୁ କଡାକଡି ଭାବରେ ପାଳନ କରାଯିବା ନେଇ ମନ୍ଦିର କର୍ତ୍ତୃପକ୍ଷ ମାନଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଅନ୍ୟପଟେ ୬୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି ଗର୍ଭବତୀ ଓ ୧୦ ବର୍ଷରୁ କମ୍ ବୟସର ପିଲାମାନଙ୍କ ମନ୍ଦିର ପ୍ରବେଶକୁ ବାରଣ କରାଯାଇଛି।