ଦେଓଗାଁରେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ, ଥାନାରେ ଅଟକ ହେଲେ ୫ କଂଗ୍ରେସ କର୍ମୀ

ଦେଓଗାଁ,ଏନ୍ଏନ୍ଏସ୍: ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ଓ ୫ଟି ସଚିବ ଭି କେ ପାଣ୍ଡିଆନଙ୍କ ସହିତ ଜଳ ସମ୍ପଦ ସଚିବ ଅନୁ ଗର୍ଗ ଓ ଶିକ୍ଷା ସଚିବ ବଲାଙ୍ଗିର ଜିଲ୍ଲା ଦେଓଗାଁ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ଏହି ପରିଦର୍ଶନ ସମୟରେ ଜିଲ୍ଲା ଶିକ୍ଷାଧିକାରୀ ଧୃବ ଚରଣ ପାଣିଗ୍ରାହୀ ଓ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଲ ରାଣା ଉପସ୍ଥିତ ଥିଲେ। ୫୫ ଲକ୍ଷ ଟଙ୍କା ଖର୍ଚ୍ଚରେ ହେଉଥିବା ଉନ୍ନତିମୂଳକ କାମର ଅନୁଧ୍ୟାନ କରି ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି।

ଏହି ଅନୁଦାନରେ ହାଇସ୍କୁଲ ଭିତରେ ରଙ୍ଗ ବେରଙ୍ଗର ଚିତ୍ର ଆଙ୍କି ମିନି ପାର୍କ ଭଳି କାର୍ଯ୍ୟ କରିଛି ଶିକ୍ଷା ବିଭାଗ। ବିଭିନ୍ନ ରକମର ଫୁଲ ଗଛରେ ଶୋଭାପାଉଛି ବିଦ୍ୟାଳୟ। ରାଜ୍ୟ ସରକାରଙ୍କ ମୋ’ ସ୍କୁଲ ଅଭିଯାନରୁ ୪୫ ଲକ୍ଷ ଟଙ୍କା ଓ ଜିଲ୍ଲା ପରିଷଦ ପକ୍ଷରୁ ୧୦ ଲକ୍ଷ ଟଙ୍କାର ଅନୁଦାନ ଆସିଛି। ଏହି ଟଙ୍କାରେ ଇ-ଲାଇବ୍ରେରୀ, ସ୍ମାର୍ଟ କ୍ଲାସ ରୁମ, ସହ ବିଦ୍ୟାପୀଠକୁ ସୋନ୍ଦର୍ଯ୍ୟ କରଣ କରାଯିବ। ଏହି କାମ କେମିତି ଭାବେ ଚାଲିଛି ତାହାକୁ ଦେଖିବା ପାଇଁ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ ଆସିଥିଲେ। ଅନ୍ୟ ପକ୍ଷରେ ସଚିବଙ୍କ ଗସ୍ତକୁ ନେଇ ଦେଓଗାଁ ଥାନାରେ ୫ ଜଣ କଂଗ୍ରେସ କର୍ମୀ ଅଟକ ରଖାଯାଇଥିବା ଜଣାପଡିଛି।