ଭିଡିଓ କନ୍‌ଫରେନ୍ସିଂ ଜରିଆରେ ‘ନାଟୋ’ ସମ୍ମିଳନୀକୁ ସମ୍ବୋଧିତ କରିବେ ୟୁକ୍ରେନ୍ ରାଷ୍ଟ୍ରପତି

କିଭ୍‌,ଏଜେନ୍ସି: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଜାରି ଥିବା ଯୁଦ୍ଧ ବୁଧବାର ୨୭ ଦିନରେ ପହଞ୍ଚିଛି। ୟୁକ୍ରେନ୍‌ର ଅନେକ ସହରରେ ଭୀଷର ବୋମା, ଗୁଳି, ରକେଟ ଓ ମିସାଇଲ ଆକ୍ରମଣ ହୋଇଛି। ଶତାଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଏଥିରେ ସ୍କୁଲ ପିଲା ଓ ସ୍ୱାସ୍ଥ୍ୟ କର୍ମୀ ମଧ୍ୟ ସାମିଲ ଅଛନ୍ତି। ସେହିପରି ରୁଷିଆ ସେନାର ଆକ୍ରମଣରେ ହଜାର ହଜାର ଲୋକ ଆହତ ହୋଇଥିବା ବେଳେ ଲକ୍ଷ ଲକ୍ଷ ଲୋକ ୟୁକ୍ରେନ୍ ଛାଡ଼ି ପଡୋଶୀ ଦେଶର ଶରଣ ପଶିଛନ୍ତି। ୟୁକ୍ରେନ୍‌ର ଦୁର୍ଦ୍ଦଶା ଏତିକିରେ ଶେଷ ହୋଇ ନାହିଁ। ଏଠାରେ ରହୁଥିବା ବିଦେଶୀ ନାଗରିକମାନେ ମଧ୍ୟ ସ୍ୱଦେଶକୁ ଫେରିଯାଇଛନ୍ତି।

ଏହାରି ମଧ୍ୟରେ ‘ନାଟୋ’ ୟୁକ୍ରେନ୍‌ର ରାଷ୍ଟ୍ରପତି ଭୋଲୋଦିମୀର ଜେଲେନ୍‌ସ୍କିଙ୍କୁ ଗୁରୁବାର ଭିଡିଓ ଲିଙ୍କ ଜରିଆରେ ଶିଖର ସମ୍ମିଳନୀକୁ ସମ୍ବୋଧିକ କରିବା ପାଇଁ ଆମନ୍ତ୍ରିତ କରିଛି। କିନ୍ତୁ ଜେଲେନ୍‌ସ୍କି ନାଟୋ ସମ୍ମିଳନୀକୁ ସମ୍ବୋଧିକ କରିବେ କି ନାହିଁ, ଏହାର ସ୍ପଷ୍ଟି କରଣ ଆସିନାହିଁ। ଦିନକ ପୂର୍ବରୁ ରାଷ୍ଟ୍ରପତି ଜେଲେନ୍‌ସ୍କି ନାଟୋର ବ୍ୟବହାର ନେଇ ଅମଙ୍ଗ ଦେଖାଯାଇଥିଲେ। ସେ କହିଥିଲେ ଯେ, ନାଟୋକୁ ଏବେ କହିବା ଦରକାର ଯେ, ସେମାନେ ୟୁକ୍ରେନ୍‌କୁ ସ୍ୱୀକାର କରିବେ ନାଁ ନାହିଁ।

ୟୁକ୍ରେନ୍‌ର ବିଦେଶ ମନ୍ତ୍ରାଳୟ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମୀର ପୁତିନଙ୍କ ଉପରେ ଡୋନବାସର ଡୋନେଟ୍‌ସ୍କ ଓ ଲୁହାନ୍‌ସ୍କରୁ ପାଖାପାଖି ୨୫୦୦ ୟୁକ୍ରେନ୍ ଶିଶୁ ଅପହରଣ କରି ରୁଷିଆ ପଠାଇଥିବା ଅଭିଯୋଗ ଆଣିଛି। ଅନ୍ୟପଟରେ ୟୁକ୍ରେନ୍ ଯୁଦ୍ଧ କାରଣରୁ ୟୁପୋରେ ଶରଣାର୍ଥୀ ସଂକଟ ବଢ଼ିବାରେ ଲାଗିଛି। ଜର୍ମାନୀର ବିଦେଶ ମନ୍ତ୍ରୀ ୟୁରୋପୀୟ ସଂଘକୁ ୮୦ ଲକ୍ଷ ୟୁକ୍ରେନ୍ ଶରଣାର୍ଥୀଙ୍କ ଲାଗି ପ୍ରସ୍ତୁତ ରହିବାକୁ କହିଛି।