‘କୋଭାକ୍ସିନ’ ପରେ ପିଲାଙ୍କ ଆଉ ୨ଟି ଟିକାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଆଜି ପ୍ରଥମେ ୬ରୁ ୧୨ ବର୍ଷ ପିଲାଙ୍କ ପାଇଁ କରୋନା ଭ୍ୟାକ୍ସିନ ‘କୋଭାକ୍ସିନ’କୁ ଡିସିଜିଆଇ ଅନୁମତି ପ୍ରଦାନ କରିଥିଲା । ପରେ ୫ରୁ ୧୨ ବର୍ଷ ପିଲାଙ୍କୁ ‘କୋର୍ବେଭାକ୍ସ’ ଟିକାକୁ ଅନୁମତି ମିଳିଛି । ଏଥିସହିତ ୧୨ ବର୍ଷରୁ ଉର୍‌ଦ୍ଧ୍ୱ ପିଲାଙ୍କୁ ‘ଜାଇକୋଭ୍‌-ଡି’ ଟିକାକୁ ମଧ୍ୟ ଡିସିଜିଆଇ ଅନୁମତି ପ୍ରଦାନ କରିଛି । ଟିକା ନେବା ପାଇଁ କୋ-ୱିନ୍ ଆପରେ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ । ରେଜିଷ୍ଟ୍ରେସନ ପରେ ହିଁ ଭ୍ୟାକ୍ସିନେସନ ହୋଇପାରିବ ।