ଜାମିନ ପରେ ଲାଲୁଙ୍କୁ ହସ୍ପିଟାଲରୁ ମିଳିଲା ଛୁଟି

ନୂଆଦିଲ୍ଲୀ: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଜାମିନ ମିଳିବା ପରେ ଏବେ ହସ୍ପିଟାଲରୁ ମଧ୍ୟ ଛୁଟି ମିଳିଯାଇଛି । ଏମ୍ସରୁ ଡିସଚାର୍ଜ ହେବା ପରେ ଦିଲ୍ଲୀସ୍ଥିତ ତାଙ୍କ ଝିଅ ସୀସା ଭାରତୀଙ୍କ ଘରେ ପହଞ୍ଚିଛନ୍ତି । ଦିଲ୍ଲୀରେ କିଛିଦିନ ରହିବେ ବୋଲି ଲାଲୁ ନିଜେ କହିଛନ୍ତି ।

ଲାଲୁ ପ୍ରସାଦ ଯାଦବ ଆହୁରି କହିଛନ୍ତି ଯେ, ମୁଁ ଏବେ ଠିକ୍ ଅଛି । ଡାକ୍ତରଙ୍କ ଦେଖାଶୁଣାରେ ମୋତେ ଡିସଚାର୍ଜ କରାଯାଇଛି । ସପ୍ତାହ ପରେ ଡାକ୍ତର ପୁଣି ଡକାଇଛନ୍ତି । ଆଉ ଯଦି ସବୁକିଛି ଠିକ୍ ରୁହେ ତେବେ ଖୁବଶୀଘ୍ର ପାଟନା ଯିବି ।