କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଭାରତକୁ ମିଳିବ ସ୍ୱତନ୍ତ୍ର ସମ୍ମାନ

ନୂଆଦିଲ୍ଲୀ: ଚଳିତ ବର୍ଷ ହେବାକୁ ଥିବା କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଭାରତ ଆନୁଷ୍ଠାନିକ ଭାବେ ଅଂଶଗ୍ରହଣ କରିବ । ଉକ୍ତ କାର୍ଯ୍ୟକ୍ରମ ମେ’ ୧୭ରୁ ୨୮ ମଧ୍ୟରେ ଆୟୋଜିତ ହେବ । ପ୍ରଥମଥର ପାଇଁ ଭାରତକୁ ‘କଣ୍ଟ୍ରୀ ଅଫ ଅନର’ ରୂପେ ନିମନ୍ତ୍ରଣ କରାଯାଇଛି । ଏହି ଫିଲ୍ମ ଫେଷ୍ଟିଭାଲରେ ଭାରତକୁ ‘କଣ୍ଟେଣ୍ଟ ହବ ଅଫ ଦି ୱାର୍ଲ୍ଡ’ ରୂପେ ପ୍ରସ୍ତୁତ କରାଯିବ ।

ସୂଚନାଯୋଗ୍ୟ, କାନ୍ସ ଫିଲ୍ମ ଫେଷ୍ଟିଭାଲରେ ୭୫ତମ ଉତ୍ସବ ପାଳନ କରାଯିବ । ଅନ୍ୟପଟେ ଭାରତ ମଧ୍ୟ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି । ଏହି ଅବସରରେ ଆର ମାଧବନଙ୍କ ଫିଲ୍ମ ‘ରକେଟ୍ରି’ର ବିଶ୍ୱସ୍ତରୀୟ ପ୍ରିମିୟର କରାଯିବ ବୋଲି ଜଣାପଡ଼ିଛି । ଏନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ପ୍ରଦାନ କରିଛନ୍ତି ।