ଡିସେମ୍ବର ୧ରେ ହେବ ଅଫତାବର ନାର୍କୋ ଟେଷ୍ଟ

ନୂଆଦିଲ୍ଲୀ: ଶ୍ରଦ୍ଧା ହତ୍ୟାକାଣ୍ଡର ଅଭିଯୁକ୍ତ ଅଫତାବ ପୁନାୱାଲାର ନାର୍କୋ ଟେଷ୍ଟକୁ ମଞ୍ଜୁରୀ ମିଳିଯାଇଛି । ଫଳରେ ଅଫତାବର ନାର୍କୋ ଟେଷ୍ଟ ଡିସେମ୍ବର ୧ରେ ହେବ । ପୁନାୱାଲାକୁ ନେଇ ଯାଉଥିବା ପୁଲିସ ଭ୍ୟାନ ଉପରେ ଗତକାଲି ଆକ୍ରମଣ ହୋଇଥିଲା । ପରେ ଆକ୍ରମଣ କରିଥିବା ଲୋକଙ୍କୁ ପୁଲିସ ଗିରଫ କରିଥିଲା । ଅଭିଯୁକ୍ତଦ୍ୱୟ ନିଜକୁ ହିନ୍ଦୁସେନାର ବୋଲି କହିଥିଲେ । ସେଥିମଧ୍ୟରୁ ଜଣଙ୍କ ନାମ କୁଲଦୀପ ଠାକୁର ଅନ୍ୟଜଣଙ୍କ ନାମ ନିଗମ ଗୁଜ୍ଜର ବୋଲି ଜଣାପଡ଼ିଛି । ଏହି ଆକ୍ରମଣ ପରେ ଅଫତାବର ସୁରକ୍ଷା ବଢ଼ାଇ ଦିଆଯାଇଛି ।

ସୂଚନାଯୋଗ୍ୟ, ଆଜି ପୁଣିଥରେ ଅଫତାବଙ୍କୁ ଏଫଏସଏଲ ରୋହିଣୀ ଲ୍ୟାବ ଅଣାଯିବ । ସେଥିପାଇଁ ଲ୍ୟାବ ବାହାରେ ପୁଲିସ ବଳ ମହଜୁଦ ରହିଛି । ଅଫତାଚୁ ଆଜି ସକାଳ ପାଖାପାଖି ୮ଟା ୩୦ରେ କଡ଼ା ସୁରକ୍ଷା ମଧ୍ୟରେ ତିହାଡ଼ ଜେଲରୁ ଅଣାଯାଇଥିଲା । ଏହି ସମୟରେ ଜେଲ ଭ୍ୟାନରେ ତିହାଡ଼ ପ୍ରଶାସନ ବ୍ୟତୀତ ଦିଲ୍ଲୀ ପୁଲିସର ଥାର୍ଡ ବାଟାଲିୟନ ଯବାନ ମହଜୁଦ ଥିଲେ । ଏଥିସହିତ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ପାରାମିଲିଟାରୀ ଫୋର୍ସ ମଧ୍ୟ ନିଯୁକ୍ତ କରାଯାଇଛି ।