ଋଷରେ ରିଲିଜ ହେବାକୁ ‘ପୁଷ୍ପା’ ପ୍ରସ୍ତୁତ

ମୁମ୍ବାଇ: ସାଉଥ ସୁପରଷ୍ଟାର ଆଲୁ ଅର୍ଜୁନଙ୍କ ସବୁଠୁ ବଡ଼ ହିଟ ଫିଲ୍ମ ‘ପୁଷ୍ପା’ ଭାରତୀୟ ବକ୍ସ ଅଫିସରେ ଧମାଲ କରିଥିଲା । ଆଉ ଏବେ ଏହି ଫିଲ୍ମ ଅନ୍ତର୍ଜାତୀୟ ସ୍ତରରେ ରିଲିଜ ହେବା ପାଇଁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ରହିଛି । ଡିିସେମ୍ବର ୮ରେ ଋଷରେ ଏହି ଫିଲ୍ମ ବଡ଼ ସ୍ତରରେ ରିଲିଜ ହେବ । ପ୍ରଯୋଜନା ସଂସ୍ଥା ତରଫରୁ ଏବେ ସୋସିଆଲ ମିଡିଆରେ ଋଷୀୟ ଭାଷାରେ ‘ପୁଷ୍ପା’ ଫିଲ୍ମର ଟ୍ରେଲର ରିଲିଜ କରାଯାଇଛି ।

ସୂଚନାଯୋଗ୍ୟ, ‘ପୁଷ୍ପା’ ଫିଲ୍ମର ବିଶେଷ ପ୍ରିମିୟର ଡିସେମ୍ବର ୧ ଓ ୨ରେ କରାଯିବ । ଉକ୍ତ ଫିଲ୍ମକୁ ଡିସେମ୍ବର ୧ରେ ମସ୍କୋ ଓ ୩ରେ ସେଣ୍ଟ ପିଟର୍ସବର୍ଗରେ କଳାକାର ଓ କ୍ରୁର ଉପସ୍ଥିତିରେ ସ୍ୱତନ୍ତ୍ର ପ୍ରିମିୟର ଅନୁଷ୍ଠିତ ହେବ । ଆଲୁ ଅର୍ଜୁନ ଟିମ୍‌ସହ ସିନେମା ହଲରେ ବିଶେଷ ପ୍ରିମିୟର ଶୋ’ରେ ଯୋଗଦେବେ । ଅନ୍ୟପଟେ ଋଷୀୟ ନେଟୱର୍କର ସିନେମା ଘର, ସିନେମା ପାର୍କ ଓ ଅନ୍ୟ ସହରରେ ଏହାର ସ୍କ୍ରିନିଂ ରଖାଯିବ ।