ରାବଣ ସହ ମୋଦୀଙ୍କ ତୁଳନା କଲେ ଖଡ଼ଗେ

ଗୁଜରାଟ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଦେଇଥିବା ବୟାନ ପରେ ଝଡ଼ ସୃଷ୍ଟି ହୋଇଛି । ଖଡ଼ଗେ ଗୁଜରାଟରେ ନିର୍ବାଚନୀ ପ୍ରଚାର ସମୟରେ ମୋଦୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ମୋଦୀ ସର୍ବଦା ନିଜ କଥା କହିଥାନ୍ତି । ଆପଣମାନେ କାହାକୁ ଦେଖନ୍ତୁନି । କେବଳ ମୋଦୀଙ୍କ ମୁହଁ ଦେଖି ଭୋଟ ଦିଅନ୍ତୁ। ଏବେ ତୁମ ମୁହଁ କେତଥର ଦେଖିବୁ? କର୍ପୋରେସନ, ଏମଏଲଏ ଓ ଏମପି ନିର୍ବାଚନରେ ତୁମ ମୁହଁ ଦେଖିବୁ । ପ୍ରତି ଜାଗାରେ କେତେ ମୁଣ୍ଡ ଅଛି? କ’ଣ ଆପଣଙ୍କର ରାବଣ ଭଳି ୧୦୦ଟି ମୁଣ୍ଡ ଅଛି?

ଅନ୍ୟପଟେ ଏହି ବୟାନକୁ ନେଇ ବିଜେପିର ଅନେକ ନେତା ଗୋଟିଏ ସ୍ୱରରେ କଂଗ୍ରେସ ଅଧ୍ୟକ୍ଷ ଖଡ଼ଗେଙ୍କୁ ଟାର୍ଗେଟ କରିଛନ୍ତି । କଂଗ୍ରେସ ଗୁଜରାଟ ପୁଅର ଅପମାନ କରିଛି ବୋଲି ବିଜେପି କହିଛି । ଏଥିସହିତ କଂଗ୍ରେସକୁ ପାନେ ଚଖାଇବା ପାଇଁ ଗୁଜରାଟ ଜନତାଙ୍କୁ ବିଜେପି ଅପିଲ କରିଛି ।