୫ ଦିନିଆ ରିମାଣ୍ଡରେ ଆଫତାବ, ନାର୍କୋ ଟେଷ୍ଟକୁ କୋର୍ଟଙ୍କ ଅନୁମତି

ନୂଆଦିଲ୍ଲୀ: ଶ୍ରଦ୍ଧା ହତ୍ୟା ଘଟଣାର ଅଭିଯୁକ୍ତ ଆଫତାବ ପୁନାୱାଲାକୁ ଆଜି ଭିଡିଓ କନଫ୍ରେନ୍ସିଂ ଜରିଆରେ ଦିଲ୍ଲୀ କୋର୍ଟରେ ହାଜର କରାଯାଇଥିଲା । ସୁରକ୍ଷା ଓ ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଭିଡିଓ କନଫ୍ରେନ୍ସିଂ ଜରିଆରେ ଆଫତାବଙ୍କ ହାଜର ହେବାକୁ କୋର୍ଟ ମଞ୍ଜୁରୀ ପ୍ରଦାନ କରିଥିଲେ । ଏହି ସମୟରେ ପୁଲିସ ୧୦ଦିନ ପାଇଁ ଆଫତାବଙ୍କ ରିମାଣ୍ଡ ମାଗିଥିଲା । କିନ୍ତୁ କୋର୍ଟ ରିମାଣ୍ଡ ଅବଧି ୫ ଦିନ ବଢ଼ାଇଛନ୍ତି ।

ଆଫତାବଙ୍କ ନାର୍କୋ ଟେଷ୍ଟ ନେଇ ଦିଲ୍ଲୀ ପୁଲିସ କରିଥିବା ଆବେଦନର ମଧ୍ୟ କୋର୍ଟ ଶୁଣାଣୀ କରିଛନ୍ତି । ଏଥିସହିତ ନାର୍କୋ ଟେଷ୍ଟ ନେଇ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି ।