‘ଭାରତ ଯୋଡୋ ଯାତ୍ରା’ରେ ସାମିଲ ହେଲେ ରିୟା ସେନ

ନୂଆଦିଲ୍ଲୀ: ପାର୍ଟି ଓ ସଂଗଠନକୁ ମଜଭୁତ କରିବା ପାଇଁ ଆରମ୍ଭ ହୋଇଥିବା କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’କୁ ବଲିଉଡର ସମର୍ଥନ ମିଳିଛି । ପୂଜା ଭଟ୍ଟଙ୍କ ପରେ ଏବେ ଆଉ ଜଣେ ଅଭିନେତ୍ରୀ ରାହୁଲ ଗାନ୍ଧୀଙ୍କ ସହ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ବଲିଉଡ ଓ ବଙ୍ଗଳା ଫିଲ୍ମ ଅଭିନେତ୍ରୀ ରିୟା ସେନ ରାସ୍ତାକୁ ଓହ୍ଲାଇ ରାହୁଲଙ୍କ ଯାତ୍ରାରେ ସାମିଲ ହୋଇଛନ୍ତି । କଂଗ୍ରେସର ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଫଟୋ ସହ ଏହି ସୂଚନା ପ୍ରଦାନ କରାଯାଇଛି । ରାହୁଲ ଓ ରିୟାଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।

ସୂଚନାଯୋଗ୍ୟ, କଂଗ୍ରେସ ତାମିଲନାଡ଼ୁର କନ୍ୟାକୁମାରୀରୁ ସେପ୍ଟେମ୍ବର ୭ରେ ‘ଭାରତ ଯୋଡୋ ଯାତ୍ରା’ ଆରମ୍ଭ କରିଥିଲା । ରାହୁଲ ଗତ ସପ୍ତାହରେ ଯାତ୍ରାକୁ ମହାରାଷ୍ଟ୍ରରେ ଆରମ୍ଭ କରିଥିଲେ । ଏହାପୂର୍ବରୁ ତାମିଲନାଡ଼ୁ, କେରଳ, କର୍ଣ୍ଣାଟକ, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ ଏହି ଯାତ୍ରା ହୋଇସାରିଛି ।