ଆଫଗାନିସ୍ତାନରେ ପୁଣି ଧମାକା, ୧୯ ମୃତ

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲର ଏକ ଶିକ୍ଷାନୁଷ୍ଠାନରେ ବଡ଼ ଧରଣର ବିସ୍ଫୋରଣ ହୋଇଛି । ଫଳରେ ପାଖାପାଖି ୧୯ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଛି । ଯାଞ୍ଚ ପାଇଁ ସୁରକ୍ଷା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ବର୍ଷକ ପୂର୍ବରୁ ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ହିଂସାର ଅନେକ ଘଟଣା ସାମ୍ନାକୁ ଆସିଛି । ଆଫଗାନିସ୍ତାନର ରାଜଧାନୀ କାବୁଲର ଏକ ମସଜିଦରେ ଚଳିତ ମାସ ୧୩ ତାରିଖରେ ଏକ ବିସ୍ଫୋରଣ ହୋଇଥିଲା । ଘଟଣାସ୍ଥଳରେ ୪ଜଣଙ୍କ ମୃତ୍ୟୁ ଘଟିଥିଲା ।