ଭାରତୀୟ ଛାତ୍ରଙ୍କୁ ୟୁକ୍ରେନରୁ ଆଣିବା ପାଇଁ ଏଡଭାଇଜରୀ ଜାରି

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ଉପୁଜିଛି । ୟୁକ୍ରେନର ଦାବି ଅନୁସାରେ ଆଜି ସଂଯୁକ୍ତ ସୁରକ୍ଷା ରାଷ୍ଟ୍ର ପରିଷଦର ଜରୁରୀକାଳୀନ ବୈଠକ ଡକାଯାଇଥିଲା । ସୁରକ୍ଷା ପରିଷଦର ସଦସ୍ୟ ଭାବେ ଭାରତ ମଧ୍ୟ ଉକ୍ତ ବୈଠକରେ ଯୋଗ ଦେଇଥିଲା । ଏହି ଅବସରରେ ଭାରତ ପକ୍ଷରୁ କୁାଯାଇଛି ଯେ, ଉକ୍ତ ମାମଲାକୁ ସମସ୍ତ ପକ୍ଷ ଅତ୍ୟନ୍ତ ସଂଯମତା ସହ ସମାଧାନ କରିବା ଜରୁରୀ । ଆମେ ରାଜନୈତିକ ପ୍ରୟାସକୁ ଦ୍ରୁତ କରିବା ପାଇଁ ଅନ୍ତରାଷ୍ଟ୍ରୀୟ ଶାନ୍ତି ଓ ସୁରକ୍ଷା ବଜାୟ ରଖିବାର ଆବଶ୍ୟକତା ରହିଛି ।

ଅନ୍ୟପଟେ ୟୁକ୍ରେନ ଉପରେ ଆକ୍ରମଣ ଓ ବଢ଼ୁଥିବା ସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ଛାତ୍ରଙ୍କୁ ସେଠାରୁ ଆଣିବା ପାଇଁ କେନ୍ଦ୍ର ସରକାର ଜୋରଦାର ପ୍ରସ୍ତୁତି ଚଲାଇଛି । ଭାରତୀୟ ଛାତ୍ର ସ୍ୱଦେଶ ଫେରି ଆସିବା ଦରକାର ବୋଲି ସରକାର ଏକ ଆଡଭାଇଜରୀ ଜାରି କରିଛନ୍ତି ।