ମାସିକ ୧୭ ନୁହେଁ ତପସ୍ୱିନୀଙ୍କୁ ମିଳିବ ୧୦ ହଜାର

କଟକ,ଏନ୍‌ଏନ୍‌ଏସ୍‌: ବହୁଚର୍ଚ୍ଚିତ ସୁମିତ-ତପସ୍ୱିନୀ ପାରିବାରିକ ବିବାଦ ମାମଲାରେ ହାଇକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ସୁମିତଙ୍କ ପକ୍ଷରୁ ତପସ୍ୱିନୀଙ୍କୁ ଦିଆଯାଉଥିବା ମାସିକ ପାରିତୋଷକୁ ହ୍ରାସ କରିଦିଆଯାଇଛି । ଫଳରେ ଏବେ ତପସ୍ୱିନୀଙ୍କୁ ମାସିକ ୧୭ ହଜାର ବଦଳରେ ୧୦ ହଜାର ଟଙ୍କା ଦେବାକୁ କୋର୍ଟ ସୁମିତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ତପସ୍ୱିନୀ ଶାଶୁଘରେ ହିଁ ରହିବେ ବୋଲି କୋର୍ଟ କହିଛନ୍ତି ।

ସୂଚନାଯୋଗ୍ୟ, ଅନ୍ୟତ୍ର ରହଣି ବ୍ୟବସ୍ଥା କରାଯାଉଥିବାରୁ ମାସିକ ପାରିତୋଷିକ ହ୍ରାସ କରିବାକୁ ସୁମିତ ଅପିଲ କରିଥିଲେ । ଅପିଲକୁ ଗ୍ରହଣ କରି ମାସିକ ୧୦ ହଜାର ଟଙ୍କା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।