ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଥାନାକୁ ଲାଗିଥିବା ଛତିଶଗଡ଼ ସୀମାକୁ ପୁଲିସ ପ୍ରଶାସନ ସିଲ୍ କରିଥିବା ଜଣାପଡିଛି। କୋଷାଗୁମୁଡା ଥାନା ଅନ୍ତର୍ଗତ ଗିରୋଲା ଆଉଁଳି ନିକଟରେ କୋଷାଗୁମୁଡା ପୁଲିସ ବାଉଁଶ ବାନ୍ଧି ସିଲ୍ କରିଛନ୍ତି।
ସୂଚନାଯୋଗ୍ୟ ଯେ, ବର୍ତ୍ତମାନ କରୋନାର ପ୍ରକୋପ ଛତିଶଗଡ଼ରେ ଦିନକୁ ଦିନ ହୁ ହୁ ହୋଇ ବଢିଚାଲିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଛତିଶଗଡ଼ ସୀମା ଗୁଡିକୁ ସିଲ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିଥିଲେ। ଏନେଇ ଜିଲ୍ଲା ପ୍ରଶାସନକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ସ୍ଥାନୀୟ ପ୍ରଶାସନକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦେବାରୁ କୋଷାଗୁମୁଡା ପୁଲିସ ପକ୍ଷରୁ ସବୁ ସୀମାକୁ ସିଲ କରିଥିବା କୋଷାଗୁମୁଡା ଥାନା ଅଧିକାରୀ ସୂଚନା ଦେଇଛନ୍ତି।