ପାଟଣାଗଡ,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲାର ପାଟଣାଗଡ ବ୍ଲକ୍ ଅନ୍ତର୍ଗତ ବାଲିପଟା ଗ୍ରାମ ପରିତ୍ୟକ୍ତ ସ୍ଥାନରେ ରହୁଥିବା ୭୦ ବର୍ଷୀୟ କଣ୍ଠଦେଇଙ୍କ ଖବର ଗତ ୮ ତାରିଖରେ ନିତିଦିନରେ ପ୍ରକାଶ ପରେ ପାଟଣାଗଡ ପ୍ରଶାସନ ତରଫରୁ ଉପଜିଲ୍ଲାପାଳ ଡକ୍ଟର ବିଜୟାନନ୍ଦ ସେଠୀଙ୍କ ନିର୍ଦ୍ଦେଶରେ ଆଜି ବୃଦ୍ଧାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ନିଜ ଝିଅ ଜ୍ୱାଇଁ ରହୁଥିବା ସୋଲବନ୍ଧ ଗ୍ରାମକୁ ନେଇଥିଲେ। ପରେ ପାଟଣାଗଡ ବିଡିଓ ନୀଳମାଧବ ସୁନାଙ୍କ ନେତୃତ୍ୱରେ ଏକ ଟିମ୍ ଯାଇ ସେଠାରେ ସେମାନଙ୍କ ପରିବାର ସହ ଆଲୋଚନା କରି ଏକ ଆମ୍ବୁଲାନ୍ସରେ ବଲାଙ୍ଗିର ମୁଖ୍ୟ ଚିକିତ୍ସାଳୟକୁ ଉଚ୍ଚ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନିଆଯାଇଛି। ଅସହାୟ କଣ୍ଠଦେଇଙ୍କୁ ଦେଓଗାସ୍ଥିତ ବୃଦ୍ଧାଶ୍ରମରେ ରହିବାର ସୁବ୍ୟବସ୍ଥା କରାଯିବ ବୋଲି ବିଡିଓ ନୀଳମାଧବ ସୁନା କହିଛନ୍ତି।