ଝୁଲା ବ୍ରିଜର ସୁରକ୍ଷା ନେଇ ପ୍ରଶାସନ ତତ୍ପର

ବାଲିଗୁଡ଼ା,ଏନ୍‌ଏନ୍‌ଏସ୍‌: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଆଦିବାସୀ ଉନ୍ନୟନ ବିଭାଗ ପକ୍ଷରୁ ବୁଡୃକିଆ ଓ କୁଟିକିଆ ପଞ୍ଚାୟତକୁ ଯାତାୟତ କରିବା ପାଇଁ ଚିରସ୍ରୋତା ଖଡ଼ଗ ନଦୀ ଉପରେ ଆଦିବାସୀ ଉନ୍ନୟନ ବିଭାଗ ବାଲିଗୁଡ଼ା ପକ୍ଷରୁ ଏକ ଝୁଲା ବ୍ରିଜ୍ ୨୦୧୧ରେ ନିର୍ମାଣ କରାଯାଇଥିଲା । ଦୀର୍ଘଦିନ ହେବ ରକ୍ଷଣାବେକ୍ଷଣ ଅଭାବରୁ କିଛି ତ୍ରୁଟି ସହ ବ୍ୟବହାର କରାଯାଇଥିବା ଉପକରଣ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି । ସେଥିପାଇଁ ଝୁଲା ବ୍ରିଜ ଅସୁରକ୍ଷିତ ଥିବା ଆଶଙ୍କା କରି ଏହାର ତଦାରଖ ଓ ସୁରକ୍ଷା ପାଇଁ କଲିକତା ଗାର୍ଡେନ୍ ବ୍ରିଜର ୨ଜଣିଆ ଟେକନିସିଆନ ଟିମ୍ ସହ ଆଇଟିଡିଏ ପ୍ରକଳ୍ପ ଅଧିକାରୀ ଯାଞ୍ଚ କରିଛନ୍ତି । ଏହା ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ ନଥିବାରୁ ଭାରିଯାନ ଯାତାୟାତ ଉପରେ ରୋକ ଲଗାଯାଇଛି । ଏହାସହ ଯଥାଶୀଘ୍ର ଏହାର ମରାମତି କରିବା ପାଇଁ ବିଭାଗ ତତ୍ପର ଥିବା ନେଇ ପ୍ରକଳ୍ପ ଅଧିକାରୀ ମଧୂସୁଦନ ବେହେରା ପ୍ରକାଶ କରିଛନ୍ତି ।