ବ୍ୟକ୍ତିଗତ ଅଧିକାରର ସୁରକ୍ଷା ପାଇଁ କୋର୍ଟ ମୁହାଁ ଅମିତାଭ

ନୂଆଦିଲ୍ଲୀ: ହିନ୍ଦୀ ସିନେମା ଜଗତର ମହାନାୟକ ଅମିତାଭ ବଚ୍ଚନ ନିଜର ବ୍ୟକ୍ତିଗତ ଅଧିକାରର ସୁରକ୍ଷାକୁ ଦୃଷ୍ଟିରେ ରଖି ଦିଲ୍ଲୀ ହାଇକୋର୍ଟରେ ମାମଲା ଦାୟର କରିଛନ୍ତି । ନ୍ୟାୟମୂର୍ତ୍ତି ନବୀନ ଚାୱଲଙ୍କ ନେତୃତ୍ୱରେ ମାମଲାର ଶୁଣାଣୀ ଜାରି ରହିଛି । ସୁପ୍ରସିଦ୍ଧ ଓକିଲ ହରିଶ ସାଲଭେ ବିଗ ବିଙ୍କ ତରଫରୁ କେସ୍ ଲଢ଼ୁଛନ୍ତି । ଏଥିରେ ଯଦି କୌଣସି ବ୍ୟକ୍ତି ବା ସଂସ୍ଥା ଅମିତାଭଙ୍କ ଅନୁମତି ବିନା ଛବି, ସ୍ୱର କିମ୍ବା ତାଙ୍କ ସହ ଜଡ଼ିତ ଜିନିଷ ପ୍ରୟୋଗ କରନ୍ତି ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉଲ୍ଲେଖ ରହିଛି ।

ସୂଚନାଯୋଗ୍ୟ, ଗତ କିଛିଦିନ ତଳେ ଅମିତାଭ ବଚ୍ଚନଙ୍କ ସୁପରହିଟ ଶୋ’ ‘କୌନ ବନେଗା କରୋଡପତି’କୁ ନେଇ ଫର୍ଜି ଲଟେରିର ମେସେଜ ହ୍ୱାଟ୍ସଆପରେ ଭାଇରାଲ ହୋଇଥିଲା ଯେଉଁଥିରେ ତାଙ୍କ ନାଁ ମଧ୍ୟ ଭୁଲ ଢ଼ଙ୍ଗରେ ପ୍ରୟୋଗ କରାଯାଇଥିଲା ।