ମୋଦୀଙ୍କ ଗସ୍ତ କାର୍ଯ୍ୟକ୍ରମ ସମୀକ୍ଷା କଲେ ଆଦିତ୍ୟନାଥ

ଅଯୋଧ୍ୟା,ଏଜେନ୍ସି: ସୋମବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାରେ ପହଞ୍ଚି ପ୍ରଧାନମନ୍ତ୍ରୀଙ୍କ ଭୂମିପୂଜନ ସମାରୋହ ପ୍ରସ୍ତୁତି ପର୍ବ ଅନୁଧ୍ୟାନ କରିଛନ୍ତି। ଏ ସମ୍ପର୍କରେ ସେ ଟ୍ୱିଟ୍ କରି କହିଛନ୍ତି ଯେ, ଶତାବ୍ଦୀ ଶତାବ୍ଦୀ ବର୍ଷର ପ୍ରତୀକ୍ଷା ଏବେ ଶେଷ ହେବାକୁ ଯାଉଛି। ସବୁ ଶ୍ରଦ୍ଧାଳୁମାନେ ଘରେ ଦୀପ ଜାଳି ରାମଚରିତମାନସ ପାଠ କରିବାକୁ ଯୋଗୀ ପରାମର୍ଶ ଦେଇଛନ୍ତି। ମହନ୍ତ ଦିଗବିଜୟନାଥ ମହାରାଜ ଓ ମହନ୍ତ ଅଭେଦ୍ୟନାଥ ମହାରାଜଙ୍କ ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଅୱଧପୁରୀରେ ରାମ ମନ୍ଦିର ପ୍ରତିଷ୍ଠା ପଛରେ ଦୁଇ ମହନ୍ତଙ୍କର ବଳିଷ୍ଠ ଅବଦାନ ଥିଲା ବୋଲି ସେ କହିଛନ୍ତି। ଇତିମଧ୍ୟରେ ହନୁମାନ ଗଦି ମନ୍ଦିରକୁ ସାନିଟାଇଜ କରାଯାଇଛି।