ଯବାନଙ୍କୁ ଅପହରଣ କଲେ ଆତଙ୍କୀ

ଶ୍ରୀନଗର, ଏଜେନ୍ସି : ରବିବାର ଅର୍ଦ୍ଧସାମରିକ ସେନାବାହିନୀର ଜଣେ ଯବାନଙ୍କୁ କିଛି ଆତଙ୍କୀ ଅପହରଣ କରି ନେଇଥିବାର ଜଣାପଡ଼ିଛି। ଏହାସହ ଯବାନଙ୍କ ଗାଡ଼ିରେ ଆତଙ୍କୀମାନେ ନିଆଁ ଲଗାଇ ଦେଇଥିଲେ। ସୋମବାର ପୁଲିସ ସମ୍ପୃକ୍ତ ଯବାନଙ୍କ କୁଲଗାଓଁରୁ ଅଧାପୋଡ଼ା ଗାଡ଼ିଟିକୁ ଠାବ କରିଛି। ନିଖୋଜ ଯବାନଙ୍କ ତଲାସୀ ଅଭିଯାନରେ ପୁଲିସ ଓ ଅର୍ଦ୍ଧସାମରିକ ସେନା ସାମିଲ ହୋଇଛନ୍ତି। ଆତଙ୍କୀମାନେ କୁଲଗାଓଁର ଦାମହାଲ ହାଞ୍ଜିପୁରା ନିକଟରେ ଯବାନଙ୍କ ଗାଡ଼ିକୁ ଅଟକାଇଥିଲେ ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି। ସମ୍ପୃକ୍ତ ଯବାନଙ୍କ ଘର ସୋପିଆନ ଜିଲ୍ଲାର ହାରମେନ ଅଞ୍ଚଳରେ।