କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମ କରୋନା ପଜିଟିଭ

ନୂଆଦିଲ୍ଲୀ,ଏଜେନ୍ସି: ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କୁ ପୁଅ ତଥା କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମ କରୋନାରେ ଆକ୍ରାନ୍ତ ହୋଇଥିବା ସୋମବାର ସୂଚନା ମିଳିଛି। ଏସମ୍ପର୍କରେ ନିଜେ କାର୍ତ୍ତି ଚିଦାମ୍ବରମ୍ ଟ୍ୱିଟ କରି ସୂଚନା ଦେଇଛନ୍ତି। ତାଙ୍କ ଠାରେ କରୋନା ଲକ୍ଷ୍ୟଣ ଦେଖାଦେବା ପରେ କାର୍ତ୍ତି ନିଜକୁ କ୍ୱାରେଣ୍ଟାଇନରେ ରଖିଥିଲେ। ତେବେ ତାଙ୍କଠାରେ ସ୍ୱଳ୍ପ ଲକ୍ଷଣ ଦେଖାଯାଉଥିବାରୁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ସେ ହୋମ କ୍ୱାରେଣ୍ଟାଇନରେ ଥିବା କହିଛନ୍ତି। ତାଙ୍କ ସମ୍ପର୍କରେ ଆସିଥିବା ବ୍ୟକ୍ତିଙ୍କୁ ମେଡିକାଲ ପ୍ରୋଟୋକଲ ଅନୁଯାୟୀ କ୍ୱାରେଣ୍ଟାଇନରେ ରହିବାକୁ ଅନୁରୋଧ କରିଛନ୍ତି କାର୍ତ୍ତି।