ଆଦାନୀ ଫାଉଣ୍ଡେସନକୁ ଆପେକ୍ସ ଇଣ୍ଡିଆ ସିଏସ୍ଆର ଇନୋଭେସନ ପୁରସ୍କାର

ଭଦ୍ରକ,ଏନ୍ଏନ୍ଏସ୍: ମତ୍ସ୍ୟଜୀବୀ ସମୁଦାୟଙ୍କ ଜୀବନଶୈଳୀରେ ପରିବର୍ତନ ଆଣିଥିବାରୁ ଆଦାନୀ ଫାଉଣ୍ଡେସନକୂୁ ‘ଆପେକ୍ସ ଇଣ୍ଡିଆ ସିଏସ୍ଆର ଇନୋଭେସନ’ ପୁରସ୍କାର ପ୍ରଦାନ କରାଯାଇଛି। ଏହି ପୁରସ୍କାର ଗୋଆଠାରେ ଆପେକ୍ସ ଇଣ୍ଡିଆ ଓଏସ୍ଏଚ୍ଇ ସସଷ୍ଟେନେବୁଲ ସମ୍ମିଳନୀରେ ଆୟୁଷ ମନ୍ତ୍ରଣାଳୟର କେନ୍ଦ୍ରମନ୍ତ୍ରୀ ଶ୍ରୀପଦ ୟେଶୋ ନାଏକଙ୍କ ଉପସ୍ଥିତିରେ ପ୍ରଦାନ କରାଯାଇଥିଲା।

ମତ୍ସ୍ୟଜୀବୀ ସମୁଦାୟ ଆଦାନୀ ଫାଉଣ୍ଡେସନର ଅନନ୍ୟ ହିତାଧିକାରୀ ସମୁଦାୟ ଭିତରୁ ଗୋଟିଏ। ମାଛଧରାର ସାମୟିକ ପ୍ରତିବନ୍ଧକ ଋତୁରେ ରୋଜଗାର ଓ ଆୟକୁ ସୁନିଶ୍ଚିତ କରିବା ପାଇଁ, ଆଦାନୀ ଫାଉଣ୍ଡେସନ ମତ୍ସ୍ୟଜୀବୀ ସମୁଦାୟକୁ ବଗିଚାରେ ଚାଷ ପାଇଁ ମଞ୍ଜି ଓ ବନୀକରଣ ପାଇଁ ଚାରା ପ୍ରଦାନ କରୁଛି। ଏ ଦିଗରେ ମତ୍ସ୍ୟଜୀବୀ ଓ ସ୍ଥାନୀୟ ସଙ୍ଗଠନମାନଙ୍କ ମିଳିତ ସହଯୋଗରେ ବହୁମୁଖୀ କାର୍ଯ୍ୟ ଆଦାନୀ ଫାଉଣ୍ଡେସନ କରିଆସୁଛି। ମତ୍ସ୍ୟଜୀବୀଙ୍କ ଜୀବନଶୈଳୀର ମାନ ବୃଦ୍ଧି ଦିଗରେ ଆଦାନୀ ଫାଉଣ୍ଡେସନ ମତ୍ସ୍ୟଜୀବୀ ଜନବସତି ଅଞ୍ଚଳରେ ନୂତନ ରାସ୍ତା, ପାନୀୟଜଳ, ସୋଲାର ଲାଇଟ୍, ପଥପ୍ରାନ୍ତ ଆଲୋକୀକରଣ, ମାଛ ଶୁଖାଇବା ସ୍ଥାନ ଆଦି ବିଭିନ୍ନ ସୁବିଧା ନିମନ୍ତେ ସହାୟତା ପ୍ରଦାନ କରୁଛି।