ଭୁବନେଶ୍ୱରରେ ଖୋଲିବ ବ୍ୟାଡମିଣ୍ଟନ

ଏକାଡେମୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବ୍ୟାଡମିଂଟନ କୋଚ୍ ଡାଲମିଆ ମୁଖ୍ୟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରେ ବ୍ୟାଡ଼ମିଣ୍ଟନ ଏକାଡେମୀ ପ୍ରତିଷ୍ଠା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଡାଲମିଆ ଗ୍ରୁପର ପୁନିତ ଡାଲମିଆ ଓ ଗୋପୀଚନ୍ଦ ଏକାଡେମୀର ପୂଲେଲା ଗୋପୀଚନ୍ଦ। ଆସନ୍ତା ଡ଼ିସେମ୍ବର ମାସରୁ ଏକାଡେମୀ ଲାଗି କାମ ଆରମ୍ଭ ହୋଇ ୨୦୨୦ ଡିସେମ୍ବର ସୁଦ୍ଧା ଶେଷ ହେବ।

ଏଥିଲାଗି ୩୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ପୂଲେଲା ଗୋପୀଚାନ୍ଦ ସୂଚନା ଦେଇଛନ୍ତି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ରେ୧୦ଟି କୋର୍ଟ ତିଆରି କରାଯିବ ଏବଂ ଡାଲମିଆ ଗ୍ରୁପ ଏହାର ସମସ୍ତ ଖର୍ଚ୍ଚ ବହନ କରିବ। ପରି·ଳନା ଖର୍ଚ୍ଚ ଗୋପୀଚନ୍ଦ ଫାଉଣ୍ଡେସନ ବହନ କରିବ ଏବଂ ରାଜ୍ୟ ସରକାର ୩ ଏକର ଜାଗା ଲିଜରେ ଯୋଗାଇଦେବେ। ଅସ୍ଥାୟୀ ଭାବରେ ଫେବୃଆରୀ ମାସରୁ ଟ୍ରେନିଂ ଆରମ୍ଭ ହେବ।

ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଶ୍ରୀ ଗୋପୀଚନ୍ଦ ଓ ଡାଲମିଆ ଗ୍ରୁପ୍ ସହଯୋଗରେ ନିର୍ମାଣ ହେବାକୁ ଥିବା ଏହି ହାଇ ର୍ପଫମାନ୍ସ ସେଂଟର ଦେଶର ବିଶ୍ୱସ୍ତରୀୟ ଟ୍ରେନିଂ ସେଂଟର ମଧ୍ୟରୁ ଗୋଟିଏ ହୋଇପାରିବ। ରାଜ୍ୟ ସରକାର ଏହି ସେଂଟର ପାଇଁ ୩ ଏକର ଜମି ପ୍ରଦାନ କରିବେ।

ଏହାସହ ରାଜ୍ୟ ସରକାର କଳିଙ୍ଗ ଷ୍ଟାଡିୟମ୍ କ୍ୟାମ୍ପସ୍ ମଧ୍ୟରେ ଏକ ମଲ୍ଟି ପରପୋସ୍ ଇଣ୍ଡୋର ହଲ୍ ,ନିର୍ମାଣ କରାଯିବ। ଏହାର ନିର୍ମାଣ କାର୍ଯ୍ୟ ଆସନ୍ତା ବର୍ଷ ଫେବୃଆରୀ ସୁଦ୍ଧା ଶେଷ ହେବ। ଏହି ବୈଠକ ସମୟରେ ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ , କ୍ରୀଡା ସଚିବ ବିଶାଳ ଦେବ ଓ କ୍ରୀଡା ନିର୍ଦ୍ଦେଶକ ଭିନିଲ କ୍ରିଷ୍ଣା ପ୍ରମୁଖ ଉପସ୍ଥିତ ଥିଲେ ।