ୱିମେନ୍ସ ପ୍ରିମିୟର ଲିଗ୍ ପାଇଁ ଅଦାନୀ କିଣିଲେ ଟିମ ଅହମ୍ମଦାବାଦ

ନୂଆଦିଲ୍ଲୀ: ମହିଳା ପ୍ରିମିୟର ଲିଗର ନାମକରଣ ହୋଇଯାଇଛି । ଏହାର ନାମ ୱିମେନ୍ସ ପ୍ରିମିୟର ଲିଗ୍ ରଖାଯାଇଥିବା ନେଇ ବିସିସିଆଇ ସଚିବ ଜୟ ଶାହ ସୂଚନା ଦେଇଛନ୍ତି । ପ୍ରଥମ ସଂସ୍କରଣରେ ୫ଟି ଟିମ୍ ଯଥା ଅହମ୍ମଦାବାଦ, ମୁମ୍ବାଇ, ବାଙ୍ଗାଲୁରୁ, ଦିଲ୍ଲୀ ଓ ଲଖନଊକୁ ସାମିଲ କରାଯାଇଛି । ଏହି ଟିମକୁ କିଣିବା ପାଇଁ ଅନେକ ଟିମ୍ ଟଙ୍କା ଲଗାଇଥିବାବେଳେ ଅଦାନୀ ଗ୍ରୁପ ଅହମ୍ମଦାବାଦ ଟିମ୍ କିଣିଛି । ଏଥିପାଇଁ ଅଦାନୀ ଗ୍ରୁପକୁ ୧,୨୮୯ କୋଟି ଟଙ୍କାରେ ଭରିବାକୁ ପଡ଼ିଛି ।

ସେହିପରି ଇଣ୍ଡିଆ ୱିନ ପ୍ରାଇଭେଟ ଲିମିଟେଡ ମୁମ୍ବାଇ ଟିମକୁ ୯୧୨.୯୯ କୋଟି ଟଙ୍କାରେ କିଣିଛି । ରୋୟାଲ ଚ୍ୟାଲେଞ୍ଜର୍ସ ସ୍ପୋର୍ଟସ ପ୍ରାଇଭେଟ ଲିମିଟେଡ ବାଙ୍ଗାଲୁରୁକୁ ୯୦୧ କୋଟି ଟଙ୍କାରେ କିଣିଛି । ଜେଏସଡବ୍ଲ୍ୟୁ ଜୀଏମଆର କ୍ରିକେଟ ପ୍ରାଇଭେଟ ଲିମିଟେଡ ୮୧୦ କୋଟି ଟଙ୍କାରେ ଦିଲ୍ଲୀ ଟିମକୁ କିଣିଛି । ଲଖନଊ ଟିମକୁ ଗ୍ଲୋବାଲ ହୋଲ୍ଡିଙ୍ଗସ ୭୫୭ କୋଟି ଟଙ୍କାରେ କିଣିଛି । ୱିମେନ୍ସ ପ୍ରିମିୟର ଲିଗର ୫ଟି ଟିମର ମୋଟ ମୂଲ୍ୟ ୪୬୬୯.୯୯ କୋଟି ଟଙ୍କା ରହିଛି ।